Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବେଆଇନ କରତ କଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର କାଠ ପଟା ଜବତ

6/09/2021 at 2:43 PM

ଖଲ୍ଲିକୋଟ ୬।୯: ବେଆଇନ କରତ କଳ ଉପରେ ଚଢାଉ । ଲକ୍ଷାଧିକ ଟଙ୍କାର କାଠ ଜବତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ରୁକୁଣୀ ଗାଁରେ ଏକ ପରିତ୍ୟକ୍ତ ଘରେ କିଛି ଦିନ ହେବ ବେଆଇନ ଭାବେ ଚାଲିଥିଲା ଏହି ଚୋରା କରତକଳ ।

ସୂଚନାଯୋଗ୍ୟ ଯେ, ସଂପୃକ୍ତ ଅଞ୍ଚଳରେ ବହୁ ଦିନ ହେଲା ଚୋରା କରତ କଳ ଚାଲିଥିଲା ବୋଲି ବନ ବିଭାଗ ସୂଚନା ପାଇଥିଲା । ବ୍ରହ୍ମପୁର ଓ ଛତ୍ରପୁର ବନ ବିଭାଗ ମିଳିତ ଭାବେ ଅତର୍କିତ ଭାବେ ଚଢାଉ କରିଥିଲେ । ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ହୋଇଛି । ତେବେ ଜବତ ହୋଇଥିବା କାଠ ମଧ୍ୟରେ ଶାଗୁଆନ, ଆକାଶିଆ, ନିମ୍ବ, କଇମ, ଆମ୍ବ ଆଦି ରହିଛି । ଘଟଣାରେ କେହି ଗିରଫ ହୋଇନାହାନ୍ତି । ତେବେ ଏହି ଚଢ଼ାଉ ପୂର୍ବରୁ ମାଲିକ ଓ କର୍ମଚାରୀ ଫେରାର ହୋଇଯାଇଥିଲେ । ପରେ ଜବତ କାଠକୁ ଏକ ଟ୍ରାକ୍ଟର ଯୋଗେ ବନ ବିଭାଗ ଡିପୋକୁ ଅଣାଯାଇଥିଲା ।

   Related Posts