ଚୋରା କାଠ ସହ ଗାଡି ଜବତ୍, ବାଲୁଖଣ୍ଡ ଅଭୟାରଣ୍ୟରୁ କାଠ କାଟି ବିକ୍ରି କରୁଥିଲେ ମାଫିଆ

Published By : Prameya-News7 Bureau | November 03, 2021 IST

କୋଣାର୍କ ୦୩/୧୧: କୋଣାର୍କ ଆଜି ଭୋରରୁ ପୁରୀ ଜିଲ୍ଲା ଗୋପ ବନବିଭାଗ ପକ୍ଷରୁ ଗୋଟିଏ ଝାଉଁ କାଠ ଗାଡ଼ି ଜବତ୍ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୫୦,୦୦୦ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରଯାଉଛି । ଗତ କିଛି ଦିନ ଧରି କେତେକ କାଠ ମାଫିଆ ବେଆଇନ ଭାବରେ ବାଲୁଖଣ୍ଡ ଅଭୟାରଣ୍ୟରୁ କାଠ କାଟି ଚୋରାରେ ବିକ୍ରି କରିବା ଅଭିଯୋଗ ହୋଇ ଆସୁଥିଲା ।

ଏହି ଅଭିଯୋଗକୁ ନେଇ ପୁରୀ ଡିଓଫ ନିର୍ଦ୍ଦେଶ କ୍ରମେ ଆଜି ଗୋପ ରେଞ୍ଜର ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଗୋପ-ବାଲିଘାଇ ରାସ୍ତାର ଶୋଳପୁର ଠାରେ ଏହି ଚୋରା ଝାଉଁ କାଠ ଗାଡ଼ିକୁ ଜବତ କରିବା ସହ ଗାଡ଼ି ଡ୍ରାଇଭରକୁ ଗିରଫ କରିବା ଜଣାପଡିଛି ଆଗକୁ ଲଗାତାର ଏହି କାଠ ମାଫିଆଙ୍କ ଉପରେ ନଜର ରଖାଯିବା ସହ ଚଢ଼ାଉ କରାଯିବ ବୋଲି, ଗୋପ ରେଞ୍ଜର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.