ୱଣ୍ଡର୍ କିଡ୍ ଅଫ୍ ଇଣ୍ଡିଆ: କମ୍ ବୟସରେ ବଡ ସଫଳତା, ପ୍ରଧାନମନ୍ତ୍ରୀ ମୋଦି, ବିଗ୍ ବି ଅମିତାଭ୍ ଓ କୋହଲି ମଧ୍ୟ ତାଙ୍କ ପ୍ରଶଂସକ

Published By : Prameya-News7 Bureau | January 18, 2021 IST

ନୂଆଦିଲ୍ଲୀ ୧୮/୦୧ : ଖେଳ ଦୁନିଆରେ ରାଜସ୍ଥାନ ଦେଶକୁ ଅନେକଥର ଗୌରବାନ୍ୱିତ କରିଛି। ରାଜ୍ୟରେ ଉତ୍ସାହୀ ଓ ଦକ୍ଷ ଖେଳାଳିଙ୍କର ଏଲ ଲମ୍ବା ତାଲିକା ରହିଛି। ଏହି ତାଲିକାରେ ପୁଣି ଏକ ନାଁ ଯୋଡି ହୋଇଯାଇଛି। ସେ ହେଲେ ରାଜସ୍ଥାନର କୋହିନୁର ଆଥଲେଟ ପୂଜା ବିଷ୍ଣୋଇ। ପୂଜାଙ୍କ ବୟସ ମାତ୍ର ୯ବର୍ଷ। ଏତେ କମ୍ ବର୍ଷ ବୟସରେ ସେ ଏସିଆର ସର୍ବ କନିଷ୍ଠ ସିକ୍ସ ପ୍ୟାକ ଏବ୍ସର ଗୌରବ ହାସଲ କରିଛନ୍ତି।

{"id":394171,"sizeSlug":"large","linkDestination":"none"}

ବିରାଟ କୋହଲି ଫାଉଣ୍ଡେସନ ପୂଜାଙ୍କୁ ସାହାଯ୍ୟ କରୁଛି। ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ତାଙ୍କର ବଡ ପ୍ରଶଂସକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ପୂଜାଙ୍କ ଜନ୍ମଦିନରେ ଟ୍ୱିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସୋସିଆଲ ମିଡ଼ିଆରେ ପୂଜା ବିଷ୍ଣୋଇଙ୍କୁ ନେଇ ବହୁତ ଚର୍ଚ୍ଚା ହେଉଛି। ଲୋକେ ତାଙ୍କ ପ୍ରତିଭାର ଦିୱାନା। ତାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ମଧ୍ୟ ବହୁତ ଅଛନ୍ତି।

{"id":394167,"sizeSlug":"large","linkDestination":"none"}

ପଶ୍ଚିମ ରାଜସ୍ଥାନ ଯୋଧପୁର ଜିଲ୍ଲାର ଗୁଢା ଗାଁରେ ପୂଜା ବିଷ୍ଣୋଇ ଯାହା କରିବେ ବୋଲି ନିଷ୍ପତ୍ତି ନେଇଥାନ୍ତି ତାହା ନିଶ୍ଚୟ କରିଦେଖାନ୍ତି। ତାଙ୍କ ଉଦ୍ଦେଶ୍ୟ ଦୃଢ ସେଥିପାଇଁ ସଫଳତା ତାଙ୍କ ହାତରେ। ତାଙ୍କ ଧୁଧ ମନୋବଳ ଆଗରେ ସମସ୍ୟା ହାର ମାନିଥାଏ। ସେ ସମସ୍ୟା ଆଗରେ ମୁଣ୍ଡ ନୁଆଇଁବା ଶିଖି ନାହାନ୍ତି। ସୂର୍ଯ୍ୟ ଆଖିରେ ଆଖି ମିଶାଇ ସେ ସମୟକୁ ଚ୍ୟାଲେଞ୍ଜ କରନ୍ତି।

{"id":394166,"sizeSlug":"large","linkDestination":"none"}

ପୂଜା ବିଷ୍ଣୋଇ ୱଣ୍ଡର୍ କିଡ୍ ଅଫ୍ ଇଣ୍ଡିଆ ଭାବେ ପ୍ରସିଦ୍ଧ ହେଉଛନ୍ତି। ତାଙ୍କ କୋଚ୍ ଶ୍ରବଣ ବୁଢିଆ। ସେ ଏହି ବୟସରେ ମାତ୍ର ୧୨ ମିନିଟ ୫୦ ସେକେଣ୍ଡରେ ୩ କିଲୋମିଟର ଦୌଡ଼ି ରେକର୍ଡ କରିଛନ୍ତି। ୧୦ କିଲୋମିଟର ଦୌଡ ସେ ୪୮ ମିନିଟରେ ପୁରା କରିଛନ୍ତି। କ୍ରୀଡା ଜଗତରେ ସେ କିଛି ବଡ ଓ ଭିନ୍ନ କରିବା ତାଙ୍କ ଲକ୍ଷ୍ୟ।

{"id":394168,"sizeSlug":"large","linkDestination":"none"}

ସେ ପ୍ରତିଦିନ ସୂର୍ଯ୍ୟର ପ୍ରଥମ କିରଣ ସହ ଉଠି ଅଭ୍ୟାସ କରନ୍ତି। ଖରା, ବର୍ଷା, ଶୀତ କେହି ତାଙ୍କୁ ବାଧା ଦେଇପାରନ୍ତି ନାହିଁ। ପ୍ରତିଦିନ କିଛି ନୂଆ ଓ ଭିନ୍ନ କରିବା ଲକ୍ଷ୍ୟ ସବୁ ବାଧାବିଘ୍ନକୁ ଧରାଶାୟୀ କରିଦେଇଥାଏ। କ୍ରିକେଟର ବିରାଟ କୋହଲି, ବିଗ ବି ଅମିତାଭ ବଚ୍ଚନ, ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କ ପ୍ରଶଂସକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.