Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିସ୍ମୟ ବାଳକ ବିରଜା ଶଙ୍କର: ପ୍ରଥମ ଶ୍ରେଣୀର ଛାତ୍ର ହୋଇ କଣ କରୁଛନ୍ତି ଜାଣନ୍ତୁ…

ଯାଜପୁର (ସୁରେନ୍ଦ୍ର ସାମଲ)୧୫|୯; ଦୃଢ ଇଛାଶକ୍ତି ଆଗରେ ହାର ମାନିଛି ସବୁକିଛି । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ୬ ବର୍ଷର  ବିସ୍ମୟ ବାଳକ ସାଇ ଓରଫ ବିରଜାଶଙ୍କର ପାଢୀ । ଶ୍ରୀମଦ୍‌ ଓଡିଆ ଭାଗବତକୁ  ଅନର୍ଗଳ  ପାଠ କରୁଛନ୍ତି ଏହି ୬ ବର୍ଷର  ବିସ୍ମୟ ବାଳକ ।

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି, ହେଳେ ତରିଲେ  ବ୍ରଜ ନାରୀ । ଏହି ଉକ୍ତିଟି ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତର ।  ଘରେ ଘରେ ପରିଚିତ ଏହି ଓଡ଼ିଆ ଭାଗବତ, ପ୍ରତିଦିନ ମନ୍ଦିରଠାରୁ ଆରମ୍ଭ କରି ପ୍ରାୟ ସମସ୍ତଙ୍କ ଘରେ ପାଠ କରନ୍ତି I କୁହାଯାଏ ଯେ ଭାଗବତ ପାଠରେ ଯେତିକି ପୁଣ୍ୟ ମିଳେ, ଏହାକୁ ଯେଉଁମାନେ ଶ୍ରବଣ କରନ୍ତି  ତା ଠାରୁ ଅଧିକ ପୁଣ୍ୟ ମିଳିଥାଏ I ଭାଗବତ ପଠନରେ ବୟସ ବାଧକ ନଥାଏ ।  ଏହି ଛୋଟ ପିଲାଟି ମାତ୍ର ଛଅ ବର୍ଷ ବୟସରେ ଆୟତ୍ତ କରିପାରିଛନ୍ତି ଭାଗବତକୁ। ଠିକ ସେ କଥା କହି ଶିଖିନାହାନ୍ତି, ହେଲେ   ଭାଗବତ  ଅନର୍ଗଳ ଗାଇ ଚାଲିଛନ୍ତି ଭାଗବତର ପଙ୍ତି ପରେ ପଙ୍କ୍ତି  ।

୬ ବର୍ଷର ବାଳକ ବିରଜା ଶଙ୍କର ପାଢୀ । ସବୁଠୁ ଆଶ୍ଚର୍ଯ୍ୟର କଥା ତାଙ୍କର ଆଇ  ସବୁଠି ସମ୍ବର୍ଦ୍ଧିତ ଏବଂ ପ୍ରାଇଜି  ପାଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ବିରଜା ଶଙ୍କର ପାଉନଥିବାରୁ ମନକୁ ଉଣା କରିଥିଲେ । ଆଉ ସେବେଠୁ ତାଙ୍କ ଆଇଙ୍କୁ  କହିଥିଲେ ତମେ ଯେପରି ଗୀତା ଭାଗବତ ପାଠ କରି ସବୁଠି ସମ୍ବର୍ଦ୍ଧିତ ହେଉଛ ଠିକି ସେହି ଭଳି ମୁଁ ମଧ୍ୟ ହେବି । ଯାହାକୁ ଏବେ ପ୍ରମାଣ କରିଦେଖେଇଛନ୍ତି ।

ଯେଉଁ ସମୟରେ  ଖେଳିବା ବୁଲିବା କଥା ସେହି ସମୟରେ  ଏପରି ଆଧ୍ୟାତ୍ମିକ ଭାବ,  ଭାଗବତ ପଢ଼ିବାର ନିଶା । ତେବେ ଅନର୍ଗଳ ଗାଉଥିବା ଏହି ଭାଗବତକୁ ପାଠକରି ସମସ୍ତଙ୍କ ପାଖରେ ଅତି ପ୍ରିୟ ହୋଇଛନ୍ତି  ବିରଜା ଶଙ୍କର I ଯାଜପୁର ବ୍ରହ୍ମବରଦା ନିକଟସ୍ଥ ବାଘସାହି ଗ୍ରାମର ପିତା ଅଶୋକ କୁମାର ପାଢ଼ୀ ଓ ମାତା ମନୋଜ ମଞ୍ଜରୀ ପାଢ଼ୀ ଙ୍କର ଜେଷ୍ଠ ପୁତ୍ର ବିରଜା ଶଙ୍କର ପାଢ଼ୀ ।   ବୟସ ମାତ୍ର ଛଅ ବର୍ଷ ।  ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କବୀରପୁର ରେ ପ୍ରଥମ ଶ୍ରେଣୀରେ ପଠା ପଢ଼ନ୍ତି I

ମା ତାଙ୍କର ଜନ୍ମରୁ ମୁକ ଓ ବଧିର, ବାପା ଚେନାଇ ରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି I ଅର୍ଥ ଅଭାବରୁ ସେ ତାଙ୍କ ମାମୁଁ ଘର  ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ମଙ୍ଗରାଜପୁର ରେ ରହି ପାଠ ପଢ଼ନ୍ତି । ତାଙ୍କର ଆଇଙ୍କ ପ୍ରେରଣାରେ ବିରଜା ଶଙ୍କର ଭାଗବତ ପଢ଼ନ୍ତି ।  ଠିକ ଭାବରେ ପଢି ପାରୁ ନଥିଲେ ମଧ୍ୟ  କିନ୍ତୁ ତାଙ୍କ ଆଇଙ୍କ ପାଖରେ ରହି ଆଇ ଭାଗବତ ପଢିଲା ବେଳେ ଶୁଣି ଶୁଣି ଭାଗବତ ମନେ ରଖିଛନ୍ତି I ଖାଲି ଭାଗବତ ନୁହେଁ ଶ୍ରୀମଦ ଭାଗବତ ଗୀତା ମଧ୍ୟ ଶୁଣି ଶୁଣି ଗାଇ ପାରନ୍ତି I ପ୍ରତି ଦିନ ବିଦ୍ୟାଳୟର ପ୍ରାଥନା ସଭାରେ ସେ ଭାଗବତ ପାଠ କରନ୍ତି I ବିଦ୍ୟାଳୟର ସେ ଜଣେ ମେଧାବୀ ଛାତ୍ର ।

 ଆର୍ଥିକ ଅବସ୍ଥା ଭଲ ନ ଥିଲେ ମଧ୍ୟ ସେ ଯେପରି ଭାଗବତ ପଢୁଛନ୍ତି ସେଥିରୁ ତାଙ୍କର ଭବିଷ୍ୟତ ଉଜ୍ବଳ ବୋଲି ଅନୁମାନ କରାଯାଇପାରେ I ଭାଗବତ ପଢି ବହୁତ ଅନୁଷ୍ଠାନ ପକ୍ଷରୁ ବିରଜା ଶଙ୍କର ସମ୍ବର୍ଦ୍ଧିତ ହୋଇଛନ୍ତି । ପୁରୀର କପିଳେଶ୍ଵର ମଠ , କଣ୍ଟା ବଣିଆ ନୀଳାଦ୍ରି ସାଂସ୍କୃତିକ ପରିଷଦ ତରଫ ରୁ ମଧ୍ୟ ମାନପତ୍ର ପାଇଞ୍ଚନ୍ତି ।

ତେବେ ଏତେ କମ ବୟସରୁ କିପରି ଗୀତା ଭାଗବତ ପାଠ ଅଧୟନ କରୁଛନ୍ତି ତାଙ୍କୁ ଶୁଣି ସମସ୍ତେ ଆଚର୍ଯ୍ୟ । ଏହି ବାଳକ ନିଜ ଗ୍ରାମର ନା ରଖିବା ସହ ଜିଲ୍ଲା ତଥା ଓଡିଶାର ମଧ୍ୟ ଏକ ଉଦାହରଣ ହୋଇଛନ୍ତି । ଗତକାଲି ଭାଗବତ ଜନ୍ମ ଅବସରରେ ବିରଜା ଶଙ୍କର ଭାଗବତ ପାଠ କରି ସମସ୍ତ ଙ୍କର ମନ ଜିଣିବା ସହ ଭଲ ପାଠ ପଢି ସମାଜରେ ଜଣେ ଭଲ ମଣିଷ ହୁଅନ୍ତୁ ବୋଲି ସମସ୍ତେ ଆଶୀର୍ବାଦ କରିଥିଲେ ।

632 Views

   ସମ୍ବନ୍ଧିତ ଖବର