ନିଜନିଜ ଭିତରେ ବିବାହ କରିଥିଲେ ନ୍ୟୁଜିଲ୍ୟାଣ୍ଡର ୨ ମହିଳା କ୍ରିକେଟର, ଏବେ ଜଣେ ହେବାକୁ ଯାଉଛନ୍ତି ମା

Published By : Prameya-News7 Bureau | August 21, 2019 IST

କ୍ରାଇଷ୍ଟଚର୍ଚ୍ଚ : ବିଶ୍ୱର କେତେକ ଦେଶ ଏବେ ସମଲିଙ୍ଗି ବିବାହକୁ ଆଇନ ସମ୍ମତ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡରେ ୨୦୧୩ ମସିହାରୁ ଏଭଳି ବିବାହ ବୈଧ ହୋଇଥିବା ବେଳେ ଜାତୀୟ ମହିଳା ଦଳର ୨ କ୍ରିକେଟର ସମଲିଙ୍ଗି ବିବାହ କରିଥିଲେ। ଏବେ ସେମାନଙ୍କ ମଧ୍ୟରୁ ଜଣେ ମା ହେବାକୁ ଯାଉଥିବା ଘୋଷଣା କରିବା ଦେଶ କାହିଁକି ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

{"id":147120,"width":577,"height":325}

ନ୍ୟୁଜିଲ୍ୟାଣ୍ଡ ମହିଳା କ୍ରିକେଟ ଟିମର କ୍ୟାପ୍ଟେନ ଏମି ସେଥେରବେଟ ୨୦୧୭ ମସିହାରେ ସାଥୀ ମହିଳା ଖେଳାଳି ଲି ତହୁହୁଙ୍କୁ ବିବାହ କରିଥିଲେ। ନିକଟରେ ଏମି ମା ହେବାକୁ ଯାଉଥିବା ତାଙ୍କ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। ସମଲିଙ୍ଗି ବିବାହ କ୍ଷେତ୍ରରେ ଦୁଇ ମହିଳା ଏକତ୍ର ଦାମ୍ପତ୍ତ୍ୟ ଜୀବନ ବିତାଇ ପାରନ୍ତି, ହେଲେ ସନ୍ତାନ ଉତ୍ପାଦନ କେବେ ସମ୍ଭବ ନୁହେଁ। ହେଲେ ଏମି କିପରି ମା ହେବାକୁ ଯାଉଛି ତାହା ଏବେ ପାଲଟିଛି ଚର୍ଚ୍ଚାର ବିଷୟ।

wp:html /wp:html

ଏମି ଆଗାମୀ ନୂଆ ବର୍ଷରେ ମା ହେବେ। ଏଥିଲାଗି ଏବେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମା ହେବାକୁ ଯାଉଥିବା ଯୋଗୁ ଏମି ଏବେ କ୍ରିକେଟରୁ ବ୍ରେକ୍ ନେଇଥିବା ବେଳେ ଦୁଇ କ୍ରିକେଟର ସେମାନଙ୍କର ଆଗାମୀ ଭବିଷ୍ୟକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଏଥି ଲାଗି ସେମାନେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏମି ତାଙ୍କ ଟ୍ୱିଟ୍ ରେ ତାଙ୍କର ମା ହେବାର ଅନୁଭୂତିକୁ ଅବର୍ଣ୍ଣନୀୟ ବୋଲି କହିଛନ୍ତି। ତେବେ ସେ କିପରି ମା ହେବାକୁ ଯାଉଛନ୍ତି ସେ ନେଇ ଟ୍ୱିଟ୍ ରେ କିଛି ଉଲ୍ଲେଖ କରିନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.