ମହିଳା ଟି-୨୦ ବିଶ୍ବକପ୍ ଫାଇନାଲ : ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

Published By : Prameya-News7 Bureau | March 08, 2020 IST

ମେଲ୍‌ବର୍ଣ୍ଣ ୦୮।୦୩: ରବିବାର ମହିଳା ଟି-୨୦ ବିଶ୍ବକପ୍ ଫାଇନାଲ । ମେଲ୍‌ବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା । ଭାରତ ପାଇଁ ଏହା ସ୍ବପ୍ନର ବିଶ୍ବକପ୍ । କାରଣ ପ୍ରଥମ ଥର ପାଇଁ ଫାଇନାଲ ଖେଳିବ ଭାରତୀୟ ମହିଳା ଟିମ୍ । । ଅନ୍ତର୍ଜାତୀୟ ମହିଳା ଦିବସରେ ବିଶ୍ବ କପ୍ ହାତେଇ ଇତିହାସ ରଚିବା ଲକ୍ଷ୍ୟରେ ରହିଛନ୍ତି ହରମନପ୍ରୀତଙ୍କ ମହିଳା ବ୍ରିଗେଡ୍ ।

{"id":234707,"sizeSlug":"large"}

ମେଲ୍‌ବର୍ଣ୍ଣରେ ହେବ ମହାମୁକାବିଲା । ସାମ୍ନାସାମ୍ନି ହେବେ ୪ ଥରର ବିଜେତା ଅଷ୍ଟ୍ରେଲିଆ ଏବଂ ଆତ୍ମବିଶ୍ବାସରେ ଭରା ଭାରତ । ଅନ୍ତର୍ଜାତୀୟ ମହିଳା ଦିବସରେ ଭାରତୀୟ ମହିଳାଙ୍କ ଶକ୍ତି ଦେଖିବ ପୂରା ବିଶ୍ବ । ସାକ୍ଷୀ ରହିବେ ମେଲ୍‌ବର୍ଣ୍ଣ ଷ୍ଟାଡିୟମର ୧ ଲକ୍ଷ ଦର୍ଶକ । ଅଷ୍ଟ୍ରେଲିଆକୁ ମାତ୍ ଦେଇ ପ୍ରଥମ ଥର ବିଶ୍ବକପ୍ ତୋଳି ଧରିବାର ସ୍ବପ୍ନକୁ ସାକାର କରିବା ଲକ୍ଷ୍ୟରେ ହରମନପ୍ରୀତଙ୍କ ମହିଳା ବ୍ରିଗେଡ୍ । ଶେଫାଳି ବର୍ମା, ହର୍‌ମନ୍‌ପ୍ରୀତ୍‌ କୌର, ସ୍ମୃତି ମାନ୍ଧାନାଙ୍କ ବ୍ୟାଟିଂ ଏବଂ ସ୍ପିନର ପୁନମ ଯାଦବଙ୍କ କମାଲ ବଳରେ ଦଳ ବିଶ୍ବ କପ୍ ହାତେଇବା ଲକ୍ଷ୍ୟରେ ରହିଛି । ସେମିଫାଇନାଲ୍‌ ପର୍ଯ୍ୟନ୍ତ ଦଳ ଅପରାଜେୟ ରହି ନିଜ ଶକ୍ତିର ପୂରା ପ୍ରମାଣ ଦେଇଛି । ଦଳର ବିଜୟ ପାଇଁ ସଚିନ ତେନ୍ଦୁଲକରଙ୍କ ସହ ଅନେକ ବରିଷ୍ଠ କ୍ରିଡାବିତ୍ ଶୁଭକାମନା ଜଣାଇଛନ୍ତି ।

{"id":234708,"sizeSlug":"large"}

ଅନ୍ୟପକ୍ଷରେ ଚଳିତ ସପ୍ତମ ସଂସ୍କରଣ ପୂର୍ବରୁ ଆୟୋଜକ ଅଷ୍ଟ୍ରେଲିଆ ୫ ଥର ପାଇନାଲ୍‌ ପ୍ରବେଶ କରିଥିଲା ବେଳେ ୪ ଥର ବିଜେତା ହୋଇଛି । ଏଥର ପରାଜୟରୁ ଅଭିଯାନ ଆରମ୍ଭ କରିବା ସତ୍ତ୍ବେ କ୍ରମାଗତ ଷଷ୍ଠ ଥର ପାଇଁ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛି ଅଷ୍ଟ୍ରେଲିଆ । ତେଣୁ ପଞ୍ଚମ ଥର ପାଇଁ ବିଶ୍ବକପ୍‌ ବିଜେତା ହେବାର ଲକ୍ଷ୍ୟ ରଖିଛି କଙ୍ଗାରୁ ଦଳ । ଉଭୟ ଦଳର ଅତୀତର ପରିସଂଖ୍ୟାନ ଉପରେ ନଜର ପକାଇଲେ ଭାରତ ତୁଳନାରେ ଅଷ୍ଟ୍ରେଲିଆ ପଲା ଭାରୀ ରହିଛି । ପରସ୍ପର ୧୯ ଥର ମୁହାଁମୁହିଁ ହୋଇଥିଲା ବେଳେ ସେଥିରୁ ଅଷ୍ଟ୍ରେଲିଆ ୧୩ ଏବଂ ଭାରତ ୬ ଥର ବିଜୟୀ ହୋଇଛି ।

{"id":234709,"sizeSlug":"large"}

ରବିବାର ମେଲ୍‌ବର୍ଣ୍ଣରେ ବ୍ୟାଟ ଏବଂ ବଲର କଡା ସଂଘର୍ଷ ଦେଖିବାକୁ ମିଳିବ । ଉଭୟ ବ୍ୟାଟିଂ ଓ ବୋଲିଂ ପାଇଁ ଆଦର୍ଶ ରହିବ ପଡିଆ । ତେଣୁ ଯେଉଁ ଦଳ ଭଲ ଖେଳିବ ସେ ହିଁ ବିଜେତା ହେବା ନିଶ୍ଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.