Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ମନ ଜିଣିଲେ ମହିଳା ଏସ୍‌ଆଇ: କହିଲେ ‘କରୋନା ନ ଯିବା ପର୍ଯ୍ୟନ୍ତ ମୁଁ ବାହାହେବି ନାହିଁ’

6/04/2020 at 4:13 PM

ଉତ୍ତରାଖଣ୍ଡ୬/୫: ସାରା ବିଶ୍ବ କରୋନା ବିରୋଧରେ ଲଢ଼େଇ କରୁଛି। ଜୀବନକୁ ବାଜି ଲଗାଇ ପୋଲିସ୍‌ କର୍ମଚାରୀମାନେ କରୋନା ସହ ଲଢ଼େଇ କରୁଛନ୍ତି। ଏଭଳି ଅଭାବନୀୟ ପରିସ୍ଥିତିରେ ଜଣେ ମହିଳା ପୋଲିସ୍‌ କର୍ମଚାରୀଙ୍କ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କହିଛନ୍ତି, ଯେପର୍ଯ୍ୟନ୍ତ କରୋନା ଭାଇରସ୍ ଦେଶରୁ ହଟିନାହିଁ, ସେପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ। ଉତ୍ତରାଖଣ୍ଡର ଋଷିକେଶର ମୁନିରେଟି ଥାନାରେ ପୋଲିସ୍‌ ଏସ୍‌ଆଇ ଭାବେ ଶାହିଦା ପରଭେନ କାମ କରନ୍ତି। ତାଙ୍କର ସାହସ ଦେଖି ଲୋକମାନେ ଶାହିଦାଙ୍କୁ ପ୍ରଶଂସା କରିଛନ୍ତି।

ମହିଳା ଏସଆଇ ଶାହିଦା ପରଭେନ କହିଛନ୍ତି ଯେ, ମାର୍ଚ୍ଚ ମାସରେ ଶାହିଦାଙ୍କ ବିବାହ ହେବାର ଥିଲା। ତେଣୁ ସେ ମାର୍ଚ୍ଚ ୨୭ ତାରିଖରେ ସେ ଘରକୁ ଯାଇଥିଲେ। କିନ୍ତୁ ମାର୍ଚ୍ଚ ୩୧ରେ ଦେଶରେ କରୋନାର ସ୍ଥିତି ଭୟଙ୍କର ରୂପ ନେଇଥିଲା। ତେଣୁ ଶାହିଦା ନିଜ ଛୁଟି ବାତିଲ କରି ଡ୍ୟୁଟିରେ ଯୋଗ ଦେଇଥିଲେ।

ଶାହିଦାଙ୍କ ଏଭଳି ନିଷ୍ପତ୍ତିରେ ପୂରା ପୋଲିସ୍‌ ବିଭାଗ ତାଙ୍କୁ ପ୍ରଶଂସା କରିଛନ୍ତି। ଶାହିଦା ପରଭିନ ପରିବାର ସାନ ଝିଅ। ତେଣୁ ତାଙ୍କ ବାହାଘରକୁ ନେଇ ପୂରା ପରିବାର ଖୁସି ଥିବାବେଳେ ଶାହିଦାଙ୍କ ନିଷ୍ପତ୍ତିରେ ପରିବାର ଆହୁରି ଖୁସି ହୋଇଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଉତ୍ତରାଖଣ୍ଡରେ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

   Related Posts