Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ମହିଳା ଦିବସରେ ମହାନ୍‌ ଉଦ୍ଦେଶ୍ୟ ରଖି ସରପଞ୍ଚଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

8/03/2021 at 9:12 PM

ନୀଳଗିରି,୦୮/୦୩ : ବିଶ୍ୱ ମହିଳା ଦିବସ ଅବସରରେ ବାଉଁଶବଣିଆ ଗ୍ରାମପଞ୍ଚାୟତର ଉତ୍କଳ ମହିଳା ସମିତି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛି । ଏହି ମହାସଂଘର ମହିଳାମାନେ ବାଉଁଶବଣିଆ ସରପଞ୍ଚ ବାସନ୍ତୀ ଲତା ବାରିକଙ୍କ ଜରିଆରେ ଏହି ପତ୍ର ଦେଇଥିବା ଜଣାପଡ଼ିଛି ।

ମହିଳା ମାନଙ୍କର ପୂର୍ଣ୍ଣ ସୁରକ୍ଷା, ବାଲ୍ୟ ବିବାହ ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା, ମଦମୁକ୍ତ ଭାରତ, ମହିଳା ମାନଙ୍କ ପ୍ରତି ଘଟୁଥିବା ହିଂସା, ଉତ୍ତର ପ୍ରଦେଶଠାରୁ ଆରମ୍ଭ କରି ଜାମ୍ମୁ-କାଶ୍ମୀର ଓ ଓଡିଶାର ବେବିନା ପର୍ଯ୍ୟନ୍ତ ଲମ୍ବିଯାଇଛି । ଏହା ସମ୍ପୂର୍ଣ ବନ୍ଦ କରାଯିବା ଦାବି ହୋଇଛି । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବାତିଲ କରି ଗ୍ରାମୀଣ କୃଷିକର୍ମୀ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ ଦାବି ମାନ ଉପସ୍ଥାପନା କରାଯାଇ ଥିଲା ।

ଏହି ସ୍ମାରକ ପତ୍ର ଦେବା ପୂର୍ବରୁ ମହିଳା ମାନଙ୍କ ସମସ୍ୟା ଦୂରୀକରଣ ପାଇଁ ଆଲୋଚନାଚକ୍ର ଅନୁଷ୍ଠିତ ହେବା ସହ ମହିଳା ଦିବସ ପାଳନ ହୋଇଥିଲା । ଏହି ଆଲୋଚନାଚକ୍ରରେ ସଙ୍ଘର ସଭାପତି ରଶ୍ମିତା ରାଉତ ସଭାପତିତ୍ୱ କରିଥିବା ବେଳେ ମଞ୍ଚର ପୂର୍ବତନ ସଭାପତି ଲାବଣ୍ୟ ମହାନ୍ତି, ସମ୍ପାଦିକା ଜୟଶ୍ରୀ ପରିଡ଼ା, ହ୍ରୁଦମୟୀ ପାତ୍ର, କବିତା ନାୟକ, ଆଶାକର୍ମୀ ଶାନ୍ତିଲତା ପାତ୍ର ପ୍ରମୁଖ  ବକ୍ତବ୍ୟ ରଖିଥିଲେ । ବର୍ଷିଆନ ନେତା ନିରଞ୍ଜନ ବାରିକ ବିଶ୍ୱ ମହିଳା ଦିବସର ତାତ୍ପର୍ଯ୍ୟରେ ଅଭିଭାଷଣ ରଖିଥିଲେ । ଅଙ୍ଗନବାଡି କର୍ମୀ ମଞ୍ଜୁଲତା ମହାପାତ୍ର, ଦମୟନ୍ତୀ ରାଉତ, ଅନ୍ନପୂର୍ଣ୍ଣା ନାୟକ, ଆରତୀ ମହାନ୍ତିଙ୍କ ସମେତ ବହୁ ମହିଳା ଉପସ୍ଥିତ ଥିଲେ ।

   Related Posts