ଇତିହାସ ରଚିଲେ ମେରିକମ୍ ; ୬ଷ୍ଠ ଥର ବିଶ୍ବ ବକ୍ସିଂରେ ଜିତିଲେ ସ୍ବର୍ଣ୍ଣ

Published By : Prameya-News7 Bureau | November 24, 2018 IST

ନୂଆଦିଲ୍ଲୀ ୨୪|୧୧: ମହିଳା ବିଶ୍ବ ବକ୍ସିଂ ଚାମ୍ପିଅନସିପରେ ଭାରତକୁ ସ୍ବର୍ଣ୍ଣ । ୪୮କେଜି ଫାଇନାଲରେ ଭାରତକୁ ମିଳିଛି ସ୍ବର୍ଣ୍ଣ ପଦକ । ଭାରତର ମହିଳା ବକ୍ସର ମେରିକମ୍‌ ୬ଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମେରିକମ୍‌ ଫାଇନାଲରେ ୟୁକ୍ରେନର ହାନ୍ନା ଓକହୋତାଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସୂଚନାଯୋଗ୍ୟ ଯେ, ୩୫ ବର୍ଷୀୟ ଏମ୍‌ସି ମେରିକମ୍‌ ୪୮ କେଜି ମହିଳା ବିଶ୍ବ ବକ୍ସିଂ ଚାମ୍ପିଅନ୍‌ସିପ୍‌ ସେମିଫାଇନାଲରେ ଉତ୍ତର କୋରିଆର କିମ୍‌ ହୟାଙ୍ଗ୍‌ ମିଙ୍କୁ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲେ। ମେରିକମ୍‌ ଆଜି ଫାଇନାଲରେ ୟୁକ୍ରେନର ହାନ୍ନା ଓକହୋତାଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ମେରିକମ୍ ଆଠ ବର୍ଷ ପରେ ଏହି ଚାମ୍ପିନସିପ୍ ଜିତିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.