Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଭାରତୀୟ ଅର୍ଥନୀତିରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

31/05/2020 at 1:52 PM

ଭୁବନେଶ୍ୱର ୩୧।୦୫: ଆଗାମୀ ଦିନରେ ଭାରତୀୟ ମହିଳାମାନଙ୍କ ଭାରତୀୟ ଅର୍ଥନୀତିରେ ବଡ଼ ଭୂମିକା ରହିବ । ଫେଡେରେସନ ଓ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ମହିଳା ଶାଖାର ଏକ ଅନ୍‌ଲାଇନ୍‌ ଆଲୋଚନାଚକ୍ରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, ଡିଜିଟାଲ ଯୁଗର ସଠିକ୍‌ ଅନୁଭବ କରୋନା ମହାମାରୀ ସମୟରେ ସାରା ବିଶ୍ୱ ଏବଂ ଦେଶ ଗତି କରୁଛି । ଦେଶର ବର୍ତ୍ତମାନ ପରିସ୍ଥିତିରେ ମହିଳାମାନଙ୍କ ପରିଶ୍ରମ ଓ ଯୋଗଦାନରୁ ଆର୍ଥିକ ଆକଳନ ହେଉନଥିଲା । ମାତ୍ର ଏବେ ଏହାର ଆକଳନ ହେବ ଏବଂ ମହିଳାମାନଙ୍କ ଆର୍ଥିକ ବିକାଶରେ ଯୋଗଦାନରେ ସଠିକ୍‌ ମୂଲ୍ୟାଙ୍କନ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି, ପୁରୁଷ କୈନ୍ଦ୍ରିକ ଅର୍ଥ ବ୍ୟବସ୍ଥାର ଅର୍ଥ ଖର୍ଚ୍ଚର ବ୍ୟବସ୍ଥା ତୁଳନାରେ ମହିଳା ହାତକୁ ଅଧିକ କ୍ଷମତା ଆସିଲେ ୫ଥର ଚିନ୍ତା କରି ମହିଳା ଖର୍ଚ୍ଚ କରିବେ । ଏହା ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ଶୁଭଙ୍କର ହେବ । କରୋନା ମହାମାରୀ ସମୟରେ ମହିଳାଙ୍କ ଖାତାକୁ ଜନଧନ ଓ ଅନ୍ୟାନ୍ୟ ଅର୍ଥ ତଥା ଏଲ୍‌ପିଜି ସବ୍‌ସିଡି ଯାଇଛି । ଏହା ସମାଜର ଖରାପ ଆର୍ଥିକ ପରିସ୍ଥିତି ସମୟରେ ମହିଳାମାନଙ୍କୁ ଆହୁରି ସଶକ୍ତ କରିଛି ।

ଶ୍ରୀ ପ୍ରଧାନ ତାଙ୍କ ମନ୍ତ୍ରଣାଳୟ ତରଫରୁ ଚାଲୁଥିବା ଘରେ ଘରେ ପାଇପ୍‌ ଯୋଗେ ପିଏନ୍‌ଜି ଗ୍ୟାସ ଯୋଗାଣରେ ମହିଳାଙ୍କୁ ଅଧିକ ମାତ୍ରାରେ ସାମିଲ କରିବା କଥା କହିଛନ୍ତି । ଏହା ସହ ବ୍ୟବହୃତ ଖାଇବା ତେଲ ତଥା ଘରୋଇ ଅଳିଆ ଆବର୍ଜନାରୁ ପେଟ୍ରୋଲ ଓ ଡିଜେଲ ଜାତୀୟ ଉର୍ଜ୍ଜା ଉତ୍ପାଦନର କେନ୍ଦ୍ରରେ ମହିଳାମାନେ ରହି ସେମାନଙ୍କ ଆର୍ଥିକ ପ୍ରଗତି କରିପାରିବେ ବୋଲି କହିଛନ୍ତି । ତାଙ୍କ ମନ୍ତ୍ରଣାଳୟ ପିଏନ୍‌ଜି ଯୋଗାଣ, ସୁରକ୍ଷା, ରକ୍ଷଣାବେକ୍ଷଣ ଓ ବିଲ୍‌ କଲେକ୍ସନ ଦାୟିତ୍ୱ ମହିଳାଙ୍କୁ ଦେବା ପାଇଁ ଚିନ୍ତା କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ଶତାଧିକ ମହିଳା ଉଦ୍ୟମୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

   Related Posts