Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

୧୨ ବର୍ଷର ପୁଅକୁ ସାଙ୍ଗରେ ଧରି ଓଭରବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ବେଳେ ମହିଳା ଉଦ୍ଧାର, ଜାଣନ୍ତୁ କାରଣ କଣ…

12/09/2019 at 5:56 PM

ସୋର ୧୨।୯: ସୋର ଓଭର ବ୍ରିଜ୍ ଉପରୁ ମହିଳା ଓ ଶିଶୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ ତାଙ୍କୁ ଜଣେ ଯୁବକ ଉଦ୍ଧାର କରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଡାକ୍ତର ଦେଇଥିବା ପୁଅର ପ୍ରେସକ୍ରିପସନ ହଜିବାକୁ କେନ୍ଦ୍ର କରି ବେଙ୍ଗଲୋରରେ ରହୁଥିବା ସ୍ବାମୀଙ୍କ ସହିତ ପାଟିତୁଣ୍ଡ ଆତ୍ମହତ୍ୟା ଉଦ୍ୟମର କାରଣ ବୋଲି ଜଣାପଡିଛି।

ସୋର ଥାନା ତେଣ୍ଟେଇ କାନପୁର ଗ୍ରାମର ଶିବ ପ୍ରସାଦ ବେହେରା ଙ୍କ ସ୍ତ୍ରୀ ସୁବାସିନୀ ବେହେରା ନିଜ ୧୨ ବର୍ଷର ପୁଅ ସହିତ  ଉତ୍ତରେଶ୍ଵର ଓଭରବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଶିବଙ୍କ ବଡପୁଅ ଆୟୁଷଙ୍କୁ ଦୀର୍ଘ ଦିନ ଧରି  ବାନ୍ତି ହେଉଥିଲା । ପୁଅର ପ୍ରେସକ୍ରିପସନ ହଜିଯିବାରୁ ବାଙ୍ଗାଳୁରୁରେ ରହୁଥିବା ସ୍ବାମୀ ମୋବାଇଲରେ ବିରକ୍ତି ପ୍ରକାଶ କରିଥିଲେ ।ଏଥିରେ ଦୁଃଖୀ ହୋଇ ସ୍ତ୍ରୀ ସୁବାସିନୀ ଏଭଳି ପଦେକ୍ଷପ ନେଉଥିଲା।

ସୁବାସିନୀ ଏଭଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୁଅ ଆୟୁଷ କାନ୍ଦୁଥିଲେ । ସେହି ସମୟରେ ଓଭରବ୍ରିଜ ଦେଇ ବାଇକ ଯୋଗେ ଯାଉଥିବା ଅନନ୍ତପୁର ଯୁବକ ଦୀପକ କୁମାର ଦାସ ଏହା ଦେଖି ସୁବାସିନୀଙ୍କୁ ଉଦ୍ଧାର କରି ସୋର ପୁଲିସକୁ ହସ୍ତାନ୍ତର କରିଥିଲେ।

   Related Posts