ମଦ କାରବାର ବନ୍ଦ ପାଇଁ ଅଣ୍ଟାଭିଡ଼ିଲେ ମହିଳା ସଂଘ, ଉପ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

Published By : Prameya-News7 Bureau | September 17, 2020 IST

ବାଲିଗୁଡା ୧୭/୦୯:  କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ  ଦିନକୁ ଦିନ ଦେଶୀ ମଦ କାରବାର ବୃଦ୍ଧିପାଉଛି । ଗାଁ ଗାଁରେ କରୋନା କଟକଣାକୁ  ଅବମାନନା କରି ଦେଶୀମଦ କାରଖାନା ବୃଦ୍ଧି ପାଇଥିବା ବେଳେ ଲୋକେ ମଦ୍ୟ ପାନ କରି ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି ।

ଘରୁ ଧାନ ଚାଉଳ ଅସବାବପତ୍ର  ବିକ୍ରୟ କରି ମଦପିଇ  ସର୍ବସ୍ବାନ୍ତ  ହୋଇଗଲେଣି ଲୋକେ । ବାଲିଗୁଡା ଥାନା ଅନ୍ତର୍ଗତ ତିଲୋରୀ ପଂଚାୟତ ଡେମିଙ୍ଗିଆ ଓ ଗଣ୍ଡିଗୁଡା ରାଜସ୍ବ ଗ୍ରାମରେ ମଦ୍ୟପଙ୍କ ଯୋଗୁଁ ସାମାଜିକ ଅସ୍ଥିରତା, ଘରୋଇ ହିଂସା ବୃଦ୍ଧି ପାଇଛି  । ବୁଡ଼ାଗୁଡା ଫାଣ୍ଡି ବନ୍ଦପରେ ମଦ ଭାଟି ଓ  ଅସାମାଜିକ କାର୍ଯ୍ୟକଳାପ  ବୃଦ୍ଧି ପାଇଛି । ଅବକାରୀ ବିଭାଗ ମଦ ବ୍ୟବସାୟୀଙ୍କ ଠାରୁ  ବଟିନେଇ ଚୁପ ରହୁଥିବା  ଅଭିଯୋଗ ହେଉଛି । 

wp:gallery {"ids":[330922]} /wp:gallery

ବାଲିଗୁଡା ଥାନା ପୋଲିସର  ନିୟମିତ  ବ୍ୟବଧାନରେ  ପାଟ୍ରୋଲିଂ ହେଉନଥିବାରୁ  ଚୋରାମଦ ବ୍ୟବସାୟୀ  ଅବାଧରେ  ମଦ କାରବାର  କରି ଚାଲିଥିବା  ଅଭିଯୋଗ ମଧ୍ୟ ହେଉଛି । ଏହାକୁ ବିରୋଧ କରି ମହିଳା ସଂଘ ସମେତ ଗ୍ରାମବାସୀ ବାଲିଗୁଡା ଉପଜ଼ିଲ୍ଲା ପାଳ ଶୁଭଙ୍କର ମହାପାତ୍ର, ଏସଡିପିଓ ମାନସ ରଞ୍ଜନ ବାରିକଙ୍କୁ ମଦ କାରବାର  ବନ୍ଦ ପାଇଁ ଦାବିପତ୍ର ଦେଇଛନ୍ତି । ତେବେ ସେମାନେ ପୂର୍ବରୁ ବାଲିଗୁଡା ଥାନାରେ ଏନେଇ ଅଭିଯୋଗ କରିଥିବା କହିଛନ୍ତି ଗ୍ରାମବାସୀ । ସେପଟେ ଦାବିପତ୍ର ପାଇବା ପରେ ଅଞ୍ଚଳରେ ମଦ ବନ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି ଉପ ଜ଼ିଲ୍ଲାପାଳ ଓ ଏସଡିପିଓ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.