ଖୁବ୍ ଶୀଘ୍ର ଗର୍ଭବତୀ ହେଉଥିବା ମହିଳାଙ୍କ ମଧ୍ୟରେ ରହିଥାଏ ଏହି ୫ଟି ଖାସ୍ ଗୁଣ : ଜାଣନ୍ତୁ କ’ଣ?

Published By : Prameya-News7 Bureau | April 04, 2019 IST

ବିଜ୍ଞାନ କଥା କହିବା ଯଦି ବିଶ୍ବରେ ଯେତିକି ମହିଳା ଅଛନ୍ତି ସମସ୍ତ ମହିଳାଙ୍କ ଶାରିରୀକ ସଂରଚନା ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ଯାହା ତାଙ୍କ ସ୍ବାସ୍ଥ୍ୟ ଉପରେ ନିର୍ଭର କରିଥାଏ। କେତେକ ମହିଳାଙ୍କୁ ଗର୍ଭଧାରଣ କରିବା ପାଇଁ କୈାଣସି ପ୍ରକାରର ଅସୁବିଧା ହୋଇନଥାଏ ଏବଂ ସେମାନେ ଖୁବ୍ ଶୀଘ୍ର ଗର୍ଭବତୀ ହୋଇଥାଆନ୍ତି। କିନ୍ତୁ କେତେକ ମହିଳା ଅଛନ୍ତି ଯେଉଁମାନଙ୍କୁ ଗର୍ଭଧାରଣ କରିବା ସମୟରେ ଅନେକ ପ୍ରକାରର ସମସ୍ୟା ହୋଇଥାଏ। ଯେଉଁ ମହିଳା ଖୁବ୍ ଶୀଘ୍ର ଗର୍ଭବତୀ ହୋଇଥାଆନ୍ତି ସେମାନଙ୍କ ମଧ୍ୟରେ ୫ଟି ଖାସ୍ ଗୁଣ ରହିଥାଏ। ଆସନ୍ତୁ ଜାଣିବା ୫ଟି ଖାସ୍ ଗୁଣ ବିଷୟରେ

୧.ହରମୋନ ସନ୍ତୁଳିତ ରହିଥାଏ : ଏପରି ମହିଳାଙ୍କ ହରମୋନ ସନ୍ତୁଳିତ ରହିଥାଏ ଏବଂ ସେମାନଙ୍କୁ ଋତୁସ୍ରାବ ସମୟରେ ଅଧିକ ସମସ୍ୟା ହୋଇନଥାଏ। ତାଙ୍କ ଗର୍ଭାଶୟରେ ଥିବା ଅଣ୍ଡା ଶୀଘ୍ର ଗର୍ଭାଧାନ କରିଥାଏ ଏବଂ ଏହି ମହିଳାଙ୍କୁ ଗର୍ଭବତୀ ହେବାକୁ ଅଧିକ ସମୟ ଲାଗିନଥାଏ। ଏହି ମହିଳାମାନେ ସହଜରେ ଗର୍ଭବତୀ ହୋଇଥାଆନ୍ତି। ଏମାନଙ୍କ ଶିଶୁ ମଧ୍ୟ ସୁସ୍ଥ ରହିଥାଏ।

୨. ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ:  ପ୍ରତ୍ୟେକ ମହିଳାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ରହିବା ନିତାନ୍ତ ଜରୁରୀ। ଯେଉଁ ମହିଳାଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ ତାଙ୍କ ଶରୀରରେ ସମସ୍ତ ପ୍ରକାର ଗ୍ରନ୍ଥି ଭଲଭାବେ କାମ କରିଥାଏ। ଏବଂ ଏହି ମହିଳାମାନେ ସହଜରେ ବେମାର ହୋଇନଥାଆନ୍ତି। ଏଥିପାଇଁ ତାଙ୍କ ଗର୍ଭାଶୟରେ ଥିବା ଅଣ୍ଡା ସୁରକ୍ଷିତ ଥାଏ ଯାହା ଖୁବ୍ ଶୀଘ୍ର ଗର୍ଭାଧାନ କରିଥାଏ। ଏହା ଦ୍ବାରା ମହିଳାମାନେ ଶୀଘ୍ର ଗର୍ଭବତୀ ହୋଇଥାଆନ୍ତି। ତାଙ୍କୁ ମାଆ ହେବାରେ କୈାଣସି ସମସ୍ୟା ହୋଇନଥାଏ।

୩.ସୁସ୍ଥ ଥାଆନ୍ତି : ସୁସ୍ଥ ରହିବା ଯୋଗୁଁ ମହିଳାଙ୍କ ଶରୀରରେ ପ୍ରୋଜେଷ୍ଟିରୋନ୍ ହରମୋନର ଗଠନ ଭଲ ଭାବେ ହୋଇଥାଏ। ଏଥିପାଇଁ ଯଦି କୈାଣସି ମହିଳା ମାଆ ହେବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ସୁସ୍ଥ ରହିବା ନିତାନ୍ତ ଜରୁରୀ। ଯଦି ସେମାନେ ସୁସ୍ଥ ରହିବେ ତେବେ ସେମାନଙ୍କୁ ଗର୍ଭଧାରଣ କରିବାରେ କୈାଣସି ସମସ୍ୟା ହେବ ନାହିଁ।

୪.ମାସିକ ଧର୍ମ ନିୟମିତ ହୋଇଥାଏ: ଏପରି ମହିଳାଙ୍କ ମାସିକ ଧର୍ମ ଠିକ୍ ସମୟରେ ହୋଇଥାଏ। ତାଙ୍କ ଗର୍ଭାଶୟରେ ଥିବା ଅଣ୍ଡା ଶୀଘ୍ର ଗର୍ଭାଧାନ କରିଥାଏ। ଯାହା ଦ୍ବାରା ମହିଳା ଶୀଘ୍ର ଗର୍ଭବତୀ ହୋଇଯାଆନ୍ତି। କାରଣ ମାସିକ ଧର୍ମ ନିୟମିତ ହେବା ଦ୍ବାରା ଅଣ୍ଡାର ଗୁଣବତ୍ତା ଭଲ ହୋଇଥାଏ ଏବଂ ମହିଳାଙ୍କ ଓଭ୍ୟୁଲେସନ ମଧ୍ୟ ଠିକ ଭାବେ ହୋଇଥାଏ। ଏଥିପାଇଁ ମହିଳାଙ୍କ ମାସିକ ଧର୍ମ ନିୟମିତ ଭାବେ ହେବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ଏବଂ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ଉଚିତ୍।

୫.ରକ୍ତ ସଞ୍ଚାର ଠିକ୍ ହୋଇଥାଏ: ଶୀଘ୍ର ଗର୍ଭବତୀ ହେବା ପାଇଁ ଶରୀରର ରକ୍ତ ସଞ୍ଚାରଣ ଠିକ୍ ଭାବେ ହେବା ନିତାନ୍ତ ଆବଶ୍ୟକ। ରକ୍ତଚାପ ବୃଦ୍ଧି-ହ୍ରାସ ଯୋଗୁଁ ମହିଳାଙ୍କ ଶରୀରର ହରମୋନ ଅସନ୍ତୁଳିତ ହୋଇଥାଏ। ଏବଂ ଗର୍ଭାଶୟରେ ଅଣ୍ଡାର ଗୁଣବତ୍ତା ଠିକ୍ ହୋଇନଥାଏ। ଏହା ଦ୍ବାରା ମହିଳାଙ୍କ ଗର୍ଭଧାରଣ କରିବାରେ ସମସ୍ୟା ଉପୁଜିଥାଏ। ଯଦି କୈାଣସି ମହିଳା ଗର୍ଭବତୀ ହେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସମୟ ସମୟରେ ରକ୍ତ ପରୀକ୍ଷା କରାଇବା ଉଚିତ୍। ଏହାଦ୍ବାରା ରକ୍ତ ସଞ୍ଚାର ଠିକ୍ ଭାବେ ହେଉଛି କି ନାହିଁ ଜଣା ପଡ଼ିଥାଏ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.