ଲକ୍ ଡାଉନ୍‌ ଉଲଂଘନ କଲେ ମହିଳା, ଘରୁ ବାହାରି ପୋଷାକ ଖୋଲି ରାସ୍ତାରେ କଲେ ଏମିତି

Published By : Prameya-News7 Bureau | April 16, 2020 IST

ମାଦ୍ରିଦ ୧୬।୪: ସାରା ବିଶ୍ବରେ କରୋନା ଭାଇରସ୍ ଆତଙ୍କ ସୃଷ୍ଟି କରିଛି । ମୁକାବିଲା ପାଇଁ ବିଭିନ୍ନ ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହାକୁ ନେଇ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଲୋକମାନେ ଘରୁ ବାହାରକୁ ଯିବାକୁ ଚାହୁଁଛନ୍ତି । କିନ୍ତୁ ପ୍ରତିବନ୍ଧକ ଯୋଗୁଁ ସେମାନେ ବାହାରକୁ ଆସିବାକୁ ସକ୍ଷମ ହେଉନାହାନ୍ତି । ଏଭଳି ସ୍ଥିତିରେ ସ୍ପେନରେ ଜଣେ ମହିଳା ପ୍ରଥମେ ଲକଗ୍ ଡାଉନ୍ ଉଲଂଘନ କଲେ । ଯେତେବେଳେ ପୋଲିସ ତାଙ୍କୁ ଧରି କୋର୍ଟକୁ ନେଉଥିଲା ସେ ସମସ୍ତଙ୍କ ସାମ୍ନାରେ ପୋଷାକ ଖୋଲି ରାସ୍ତାରେ ହଙ୍ଗାମା କଲେ ।

ଲକ୍ ଡାଉନ୍ ନେଇ ସ୍ପେନରେ ଅଧିକ କଠୋର ପଦକ୍ଷେପ ନିଆଯାଇଛି । କାହାକୁ ବାହାରକୁ ଯିବାକୁ ଅନୁମତି ନାହିଁ । କିନ୍ତୁ ଏହି ୪୧ ବର୍ଷ ବୟସ୍କା ମହିଳା ଘରେ ରହିବାକୁ ଆଦୌ ପସନ୍ଦ କରୁନଥିଲେ । ସେ ଲକ୍ ଡାଉନ୍ ନିୟମ ଉଲଂଘନ କରି ଘର ଭିତରୁ ବାହାରକୁ ଆସିଲା । କିନ୍ତୁ ସେ କୌଣସି ଭୁଲ କରିନାହାଁନ୍ତି । ସେ ଘରୁ ବାହାରି ଟୋରେମୋଲିନୋସ ଅଞ୍ଚଳରେ କାର୍ଯ୍ୟ କରୁଥିବା ଡାକ୍ତରୀ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ରାସ୍ତାରେ କରତାଳି ମାରିଥିଲେ ।

{"id":255031,"sizeSlug":"large"}

ତାପରେ ସେଠାରେ ପୋଲିସ ପହଞ୍ଚି ତାଙ୍କୁ କୋର୍ଟକୁ ନେଇଥିଲା । ଜାମିନ୍ ନିର୍ଦ୍ଦେଶ ଦେଇ କୋର୍ଟ ମହିଳାଙ୍କୁ ମୁକ୍ତ କରିଦେଇଥିଲେ । କିନ୍ତୁ ସେକୋର୍ଟରୁ ବାହାରିବା ମାତ୍ରେ ମହିଳା ଜଣଙ୍କ ତାଙ୍କର ସମସ୍ତ ପୋଷାକ ଖୋଲି ରାସ୍ତାରେ ହଙ୍ଗାମା କରିବା ଆରମ୍ଭ କରିଥିଲେ । ଏହି ସମୟରେ ସେ ପୋଲିସ କାରରେ ଚଢିଯାଇଥିଲେ । ତାପରେ ପୋଲିସ କର୍ମଚାରୀମାନେ ତାଙ୍କୁ ଘେରିଯାଇଥିଲେ । ସେ ପୋଷାକ ପିନ୍ଧିବାକୁ ପ୍ରସ୍ତୁତ ନଥିଲେ । ତାପରେ ବାଧ୍ୟତାମୂଳକ ଭାବେ ପୋଲିସ ତାଙ୍କୁ ଆମ୍ବୁଲାନ୍ସରେ ଭର୍ତ୍ତି କରି ଘରକୁ ପଠାଇ ଦେଇଥିଲା ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସ୍ପେନରେ କରୋନା ଭାଇରସ୍ ଦ୍ବାରା ୧.୭୭ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି । ଏହା ବ୍ୟତୀତ ୧୮୫୭୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ଏବଂ ସଂକ୍ରମିତ ଲୋକଙ୍କ ଦୃଷ୍ଟିରେ ସ୍ପେନ୍ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.