Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଅସଦାଚାରଣ ଅଭିଯୋଗ କରି ନବୀନ ନିବାସ ସମ୍ମୁଖରେ ମହିଳାଙ୍କ ଆତ୍ମାହୁତୀ ଉଦ୍ୟମ

3/04/2019 at 2:18 PM

ଭୁବନେଶ୍ବର ୩|୪ : ନବୀନ ନିବାସ ସମ୍ମୁଖରେ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ସମସ୍ତଙ୍କ ସମ୍ମୁଖରେ ନିଜ ଦେହରେ କିରୋସିନି ଆତ୍ମହୁତୀ ଉଦ୍ୟମ କରିଛନ୍ତି । ଉଦଳାର ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କ ବିରୋଧରେ ଅସଦାଚାରଣ ଓ ଠକେଇ ଅଭିଯୋଗ କରି ସେ ଆତ୍ମହୁତୀ ଉଦ୍ୟମ କରିଥିବା ଜଣାପଡିଛି । ମହିଳାଙ୍କୁ ପୋଲିସ ଉଦ୍ଧାର କରି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଚାକିରୀ କରାଇଦେବାକୁ କହି ସଂପୃକ୍ତ ମହିଳାଙ୍କଠାରୁ ଶ୍ରୀନାଥ ଲକ୍ଷେ ଟଙ୍କା ନେଇଥିବାବେଳେ ତାଙ୍କୁ ଅସଦାଚାରଣ କରିଥିବା ପୀଡିତା ମହିଳା ଗଣମାଧ୍ୟମକୁ କହିଛନ୍ତି । ନବୀନ ନିବାସ ସମ୍ମୁଖରେ ପ୍ରବଳ ଭିଡ ଲାଗିଥିବାବେଳେ ମହିଳା ଅଚାନକ ଏଭଳି କାଣ୍ଡ ଘଟାଇବା ସମସ୍ତଙ୍କୁ ଚକିତ କରିଥିଲା ।

ଖବର ନେବାରେ ଜଣାପଡିଛି ଯେ, ଏହି ଘଟଣା ୨୦୧୩ ମସିହାର । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଶ୍ରୀନାଥ ସୋରେନ୍ ଉଦଳାର ବିଧାୟକ ଥିଲେ । ୨୦୧୩ ମସିହାରେ ଦିନେ ସନ୍ଧ୍ୟାରେ ବିଧାୟକ ଶ୍ରୀନାଥ ସୋରେନ୍ ଏବଂ ତାଙ୍କର ଜଣେ ସହଯୋଗୀ ଏହି ମହିଳାଙ୍କୁ ଅସଦାଚାରଣ କରିଥିଲେ ବୋଲି ଥାନାରେ ମାମଲା ରୁଜୁ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାରୁ ଶ୍ରୀନାଥ ସୋରେନଙ୍କ ନାଁ କାଟିଦିଆଯାଇଥିଲା । ଏବେ ମଧ୍ୟ ଶ୍ରୀନାଥଙ୍କ ସହଯୋଗୀଙ୍କ ବିରୋଧରେ ଏହି ମାମଲା ଅଦାଲତରେ ବିଚାରାଧିନ ରହିଛି । ଏଭଳି ଅଭିଯୋଗ ଯୋଗୁଁ ୨୦୧୪ ମସିହାରେ ଶ୍ରୀନାଥଙ୍କୁ ଉଦଳାରୁ ଟିକେଟ୍ ମିଳିନଥିଲା । ସେଠାରୁ ଦଳ ଗୋଲକ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ସପୃକ୍ତ ଘଟଣାର ନ୍ୟାୟ ଏପର୍ଯ୍ୟନ୍ତ ମିଳିନଥିବାରୁ ମହିଳା ଜଣଙ୍କ ହତାଶ ଥିବା କୁହାଯାଉଛି । ପୁଣି ଯେତେବେଳେ ଶ୍ରୀନାଥଙ୍କୁ ବିଜେଡି ଟିକେଟ୍ ଦେଲା ସେତେବେଳେ ଏହାର ପ୍ରତିବାଦ କରିବା ପାଇଁ ମହିଳା ଆତ୍ମାହୁତୀ ଉଦ୍ୟମ କରିଛନ୍ତି । କପ୍ତିପଦା ପୋଡାଡିହା ଗାଁରେ ମହିଳାଙ୍କ ଘର ବୋଲି ଜଣାପଡିଛି ।

ଅନ୍ୟପଟେ ଆତ୍ମହୁତୀର ପ୍ରକୃତ କାରଣ ଜଣାପଡିନାହିଁ ବୋଲି ଭୁବନେଶ୍ବର ଡିସିପି ଅନୁପ ସାହୁ କହିଛନ୍ତି ।

   Related Posts