ଗୁମର ଖୋଲିଦେଲେ ସ୍ଲିପିଂ ପାର୍ଟନର, କହିଲେ ମୋ ସ୍ୱାମୀ ଅରିଜିନାଲ ଖୋଲି ଡୁପ୍ଲିକେଟ୍ ଦେଉଛନ୍ତି

Published By : Prameya-News7 Bureau | July 14, 2021 IST

ଭୁବନେଶ୍ୱର ୧୪/ ୭ : ଭୁବନେଶ୍ୱର ସହିଦ ନଗର ସାମସଙ୍ଗ କେୟାର ବିରୋଧରେ ଗୁରୁତର ଅଭିଯୋଗ । ଅଭିଯୋଗ ଆଣିଛନ୍ତି କେୟାରର ସ୍ଲିପିଂ ପାର୍ଟନର ଗୌରୀ ସାମଲ । ଗ୍ରାହକମାନଙ୍କୁ ଦେଉଥିବା ମୋବାଇଲରୁ ଦାମି ପାର୍ଟସ ଖୋଲି ସେଥିରେ ନକଲି ପାର୍ଟସ ଲଗାଯାଉଛି । ଅସଲି ପାର୍ଟସକୁ ବାଙ୍ଗାଲୋରର ଏକ କମ୍ପାନୀକୁ ବିକ୍ରି କରି ଅର୍ଥ ଉପାର୍ଜନ କରୁଛନ୍ତି ଏହାର ମାଲିକ ।

wp:gallery {"ids":[480283],"linkTo":"none"} /wp:gallery

ଏନେଇ ମୁହଁ ଖୋଲିଛନ୍ତି ସାମସଙ୍ଗ କେୟାର ମାଲିକଙ୍କ ସ୍ତ୍ରୀ ଗୌରୀ ସାମଲ । ଗୌରୀଙ୍କ କହିବା ଅନୁଯାୟୀ ଗୌରୀ ଏହାକୁ ବିରୋଧ କରିବାରୁ ନିର୍ଯାତନା ଦେଉଛନ୍ତି କେୟାର ମାଲିକ । କେୟାରର ମାଲିକ ଦୁର୍ଗା ସାମଲ ଗୌରୀଙ୍କୁ ୯ ବର୍ଷ ତଳେ ବିବାହ କରିଥିଲେ । କେବଳ ସେତିକି ନୁହେଁ ଦୁର୍ଗା ସାମଲ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖି ସମ୍ପର୍କ ମଧ୍ୟ ରଖିଛନ୍ତି । ଏପରିକି ତାଙ୍କୁ ମାଡ ମିରିବାକୁ ବି ପଛାଉନାହାଁନ୍ତି ।

wp:gallery {"ids":[480289],"linkTo":"none"} /wp:gallery

ଏମିତି ଶାରୀରିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି ଗୌରୀ । ଏ ସମର୍କରେ ସେ ସହିଦନଗର ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନନେବାରୁ ଗୌରୀ ଡିସିପିଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.