ଏଣିକି ମଣ୍ଡିରେ ବି ଧାନ କିଣିବେ ମହିଳା : ମଣ୍ଡିରେ ଆଉ ଚାଲିବନି ମିଲରଙ୍କ ରାଜ୍

Published By : Prameya-News7 Bureau | December 04, 2019 IST

କୋରାପୁଟ ୪/୧୨: ମଧ୍ୟାହ୍ନ ଭେ।ଜନ, ଅଙ୍ଗନଓ।ଡି, ଆଶା କର୍ମୀ ପରେ ଏବେ ମହିଳାଙ୍କୁ ଅତିରିକ୍ତ ଦାୟିତ୍ବ । ଏଣିକି ମଣ୍ଡିରେ ବି ଧାନ କିଣିବେ ମହିଳା । ପ୍ରଥର ପାଇଁ ଏହି ପ୍ରକ୍ରିୟାରେ ମହିଳା ସ୍ବୟଂ ସହାୟକ ଗେ।ଷ୍ଠୀକୁ ସାମିଲ କରିଛନ୍ତି ରାଜ୍ୟ ସରକାର । ଜୟପୁରରେ ପ୍ରଥମ ଥର ପାଇଁ ଚାଷୀଙ୍କ ଠାରୁ ଧାନ କିଣିବ ମା ବୁଢ଼ୀ ଠାକୁରାଣୀ ସ୍ବୟଂ ସହାୟକ ଗୋଷ୍ଠୀ ।

{"id":193891,"sizeSlug":"large"}

ମଣ୍ଡିରେ ଚାଲିବନି ମିଲରଙ୍କ ରାଜ୍ । ଏଣିକି ମହିଳାଙ୍କ ହାତରେ ରହିବ ଚାବି କାଠି । ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇଥିବା ବେଳେ ଏବେ ମଣ୍ଡିରେ ଧାନ କିଣାବିକା ପ୍ରକ୍ରିୟାରେ ସାମିଲ କରାଯାଇଛି । ଜୟପୁରରେ ପ୍ରଥମ ଥର ପାଇଁ ହଡ଼ିଆ ମଣ୍ଡିରେ ମା ବୁଢ଼ୀ ଠାକୁରାଣୀ ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ ଦିଆଯାଇଛି । ଏହି ମହିଳା ଗୋଷ୍ଠୀଙ୍କୁ ସହଯୋଗ କରୁଛି RMC ଓ pax। ୪୧୦ ଜଣ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ କିଣିବେ ଏହି ମହିଳା ଗେ।ଷ୍ଠୀ ।କ୍ବିଣ୍ଟାଲ ଧାନ ପିଛା ୩୧ ଟଙ୍କା ୫୦ ପଇସା ମିଳିବ । ଯାହା ସେମାନଙ୍କୁ ଆଗକୁ ବଢିବାରେ ସହଯେ।ଗ କରିବ ବେ।ଲି କହିଛନ୍ତି ଏସଏଚଜି ମହିଳା ।

ଜ଼ିଲ୍ଲାରେ ଏଥର ଖରିଫ ମଣ୍ଡି ପାଇଁ ପ୍ରଥମ ପର୍ଯ୍ୟାୟରେ ସରକାର ୧୩ ଲକ୍ଷ ୫୩ ହଜାର ୭ଶହ କୁଇଣ୍ଟିଲ ଧାନ କିଣିବା ପାଇଁ ଟାର୍ଗେଟ୍ ଦେଇଛନ୍ତି । ଏଥିପାଇଁ  ଜ଼ିଲ୍ଳାରେ ୯୪ ଟି ମଣ୍ଡିର ବ୍ୟବସ୍ଥା ହେ।ଇଛି । ତେବେ ଦଲାଲ ମୁକ୍ତ ମଣ୍ଡି ପାଇଁ ପ୍ରାଥମିକ ଭାବେ ୧୪  ଟି shg ଙ୍କୁ ପରୀକ୍ଷା ମୂଳକ ଭାବେ ଦାଇତ୍ବ ଦିଆଯାଇଥିବା ବେଳେ ଆଗକୁ ସଫଳ ହେଲେ ସମ୍ପୂର୍ଣ ଦାୟିତ୍ବ ଦିଆ ଯିବ ବୋଲି କହିଛନ୍ତି ଜ଼ିଲ୍ଲା ଯୋଗାଣ ଅଧିକାରୀ ।

{"id":193892,"sizeSlug":"large"}

ମହିଳାଙ୍କୁ ଆଗକୁ ବଢିବା ସହ ସ୍ବାବଲମ୍ବୀ ହେବାକୁ ପୂର୍ବରୁ ଅନେକ ଯେ।ଜନା ରହିଥିବା ବେଳେ ଏବେ ଧାନ କିଣାବିକା ପ୍ରକିୟାରେ ସାମିଲ କରାଯାଇଛି । ବଉ ସରକାରଙ୍କ ଏହି ଯେ।ଜନାକୁ ସ୍ବାଗତ କରିଛନ୍ତି ନାରୀ ସଂଗଠନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.