ଆପାର୍ଟମେଣ୍ଟ ପରିସରକୁ କାର ନେବାକୁ ରୋକିବାରୁ ଗାର୍ଡଙ୍କୁ ଗାଳିଗୁଲଜ ସହ ଚପଲ ଖୋଲି ପିଟିଲେ ମହିଳା

Published By : Prameya-News7 Bureau | August 27, 2020 IST

ହାଇଦ୍ରାବାଦ ୨୭/୦୮ : ହାଇଦ୍ରାବାଦର ଚନ୍ଦନଗରର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ କାର୍ଯ୍ୟ କରୁଥିବା ଜଣେ ଗାର୍ଡଙ୍କୁ ସୋମବାର ଦିନ ଜଣେ ମହିଳା ଆକ୍ରମଣ କରିଥିଲେ। ଏହି ଘଟଣାର ଭିଡିଓ ମଙ୍ଗଳବାର ସନ୍ଧ୍ୟାରେ ସାମ୍ନାକୁ ଆସିବା ପରେ ଖୁବ ଶୀଘ୍ର ଭାଇରାଲ ହୋଇଥିଲା | ଭିଡିଓରେ ମହିଳା ଜଣକ ତାଙ୍କ କାରରେ ବିଲଡିଂ ପରିସରରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି | ଯେଉଁଠାରେ ଗାର୍ଡ ତାଙ୍କୁ ଅଟକାଇ ଥିଲେ | ଏଥିରେ ଉତକ୍ଷିପ୍ତ ହୋଇ ମହିଳା ଜଣକ ତାଙ୍କ କାରରୁ ଓହ୍ଲାଇ କ୍ୟାବିନ ବାହାରେ ଠିଆ ହୋଇଥିବା ଗାର୍ଡଙ୍କ ପାଖକୁ ଯାଇଥିଲେ | ତା’ପରେ ସେ ଗାର୍ଡଙ୍କୁ ଗାଳି ଗୁଲଜ କରିଥିଲେ |

ଏହାପରେ ମଧ୍ୟ ତାଙ୍କ ମନ ଶାନ୍ତି ହୋଇନଥିଲା ଯେ ଚପଲ ଖୋଲି ଗାର୍ଡଙ୍କୁ ପିଟିବା ଆରମ୍ଭ କରିଥିଲେ | କିନ୍ତୁ ପୀଡିତ ଗାର୍ଡ କିଛି ନ କହି ସେମିତି ଛିଡା ହୋଇଥିଲେ | ପୋଲିସ କହିବାନୁଯାୟୀ, ମହିଳା ଜଣକ ରାଗିଯାଇ ଗାର୍ଡଙ୍କୁ ଗାଳିଗୁଲଜ କରିବା ସହ ପିଟିଥିଲେ | ଗାର୍ଡଙ୍କ ଭୁଲ ଏତିକି ଥିଲା ଯେ ସେ ମହିଳାଙ୍କୁ କହିଥିଲେ ବିନା ଅନୁମତିରେ ଯାନବାହାନ ଭିତରକୁ ନେବାକୁ ଅନୁମତି ଦିଆଯାଇନାହିଁ |

ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ଥିବା ସିସିଟିଭି କ୍ୟାମେରାରେ ପୁରା ଘଟଣା କଏଦ ହୋଇଛି | ପରେ ଗାର୍ଡ ଜଣକ ଥାନାରେ ଯାଇ ମହିଳା ବିରୋଧରେ ଅଭିଯୋଗ କରିଥିଲେ | ଚନ୍ଦନଗର ପୋଲିସ ଷ୍ଟେସନର ସବ୍ ଇନ୍ସପେକ୍ଟର ଜି ଶ୍ୟାମ ପ୍ରସାଦ କହିଛନ୍ତି ଯେ, ଏହା ଏକ ଅଜ୍ଞାତ ଅପରାଧ ହୋଇଥିବାରୁ ଅନୁମତି ପାଇଁ ସେ କୋର୍ଟକୁ ଲେଖିଛନ୍ତି | ଯଦି ତାଙ୍କୁ ଅନୁମତି ମିଳେ ତାହେଲେ ଆଇପିସି ଧାରା ୩୨୩ ଅଧୀନରେ ଏକ ମାମଲା ପଞ୍ଜୀକୃତ କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.