ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନା କରିଥିଲେ ମହିଳା ଥେରାପିଷ୍ଟ, ହେଲେ ଅଭିଯୋଗ କରିଥିଲେ ଦୁଷ୍କର୍ମ
19/10/2019 at 6:12 PM

ମିନେସୋଟା : କ୍ଲାଏଣ୍ଟଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନା ଅଭିଯୋଗରେ ଜଣେ ମହିଳା ଥେରାପିଷ୍ଟଙ୍କୁ ପୋଲିସ ଗିରଫ କରିଛି। ଏହି ଥେରାପିଷ୍ଟ ଗୋଟିଏ ସେସନ ଲାଗି ତାଙ୍କ ଗ୍ରାହକଙ୍କଠାରୁ ଭାରତୀୟ ମୁଦ୍ରାରେ ୧୪ ହଜାର ଟଙ୍କା ଫିସ୍ ନେଇଥାନ୍ତି। ଯଦି କ୍ରିମିନାଲ ସେକ୍ସୁଆଲ କଣ୍ଡକ୍ଟ ଲାଗି ମହିଳା ଥେରାପିଷ୍ଟ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ଅନୁନ୍ୟ ୧୫ ବର୍ଷ ଜେଲଦଣ୍ଡ ହୋଇପାରେ ବୋଲି କୁହାଯାଉଛି।

ମିଳିଥିବା ସୂଚନାନୁସାରେ ୪୩ ବର୍ଷ ବୟସ୍କା କ୍ଲିନିକାଲ ସାଇକୋଲଜିଷ୍ଟ ଜୋହନ୍ନା ଲି ମେମ ତାଙ୍କ ପ୍ରତି ଗ୍ରାହକ ଦୁଷ୍କର୍ମ କରିଥିବା ନେଇ ଗତ ଅଗଷ୍ଟମାସରେ ପୋଲିସରେ ଅଭିଯୋଗ କରିଥିଲେ। ତେବେ ପୋଲିସ ଯାଞ୍ଚ ବେଳେ ତାଙ୍କଠାରୁ ସେବା ଉପଲବ୍ଧ କରିଥିବା ଗ୍ରାହକ ସହମତିରେ ଶାରୀରିକ ସମ୍ପର୍କ ହୋଇଥିବା କଥା କହିଥିଲେ। ଥେରାପି ଲାଗି ପରସ୍ପର ନିକଟତର ହୋଇଥିବା ବେଳେ ପ୍ରାୟ ୪ ମାସକାଳ ଡାକ୍ତର ତାଙ୍କ ସହ ସମ୍ପର୍କ ସ୍ଥାପନା କରିଆସୁଥିଲେ। ଏନେଇ ଗ୍ରାହକ ଥେରାପିଷ୍ଟଙ୍କ ଭଏସ ମେଲ ଓ ଟେକ୍ସଟ ମ୍ୟାସେଜ ମଧ୍ୟ ପୋଲିସ ନିକଟରେ ଉପସ୍ଥାପନା କରିଥିଲେ।

ପ୍ରମାଣ ମିଳିବା ପରେ ପୋଲିସ ଥେରାପିଷ୍ଟଙ୍କ ଫୋନ ଯାଞ୍ଚ କରିଥିଲା। ଏଥିରୁ ସେ କ୍ଲାଏଣ୍ଟଙ୍କୁ କରିଥିବା ମ୍ୟାସେଜ ସବୁ ଡିଲିଟ୍ କରିଦେଇଥିବା ଜଣାପଡିବାରୁ ଅଭିଯୋଗକାରିଣୀ ଦୋଷ ମାନିଯାଇଥିଲେ। ଏଣୁପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଥିବା ବେଳେ ଗତ ଅକ୍ଟୋବର ୧୧ ତାରିଖରେ ଗିରଫ କରିଥିଲା। ତେବେ ସେ ୭୧ ଲକ୍ଷ ଟଙ୍କାର ବଣ୍ଡ ବଦଳରେ ପୋଲିସ ନିକଟରୁ ଜାମିନ ପାଇଛନ୍ତି।