ମହିଳା ଟି-20 ବିଶ୍ବକପ୍‌ : ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ

Published By : Prameya-News7 Bureau | February 21, 2020 IST

ସିଡ୍‌ନି ୨୧।୦୨: ଆଜିଠାରୁ ମହିଳା ଟି-ଟ୍ବେଣ୍ଟିଂ କ୍ରିକେଟ୍ ବିଶ୍ବକପ୍ ଆରମ୍ଭ ହେଉଛି । ସିଡ୍‌ନିରେ ଖେଳାଯିବାକୁ ଥିବା  ଉଦ୍‌ଘାଟନୀ ମ୍ୟାଚ୍ ରେ ଭାରତର ମୁକାବିଲା ଗତ ଥରର ଚାମ୍ପିଅନ୍  ଅଷ୍ଟ୍ରେଲିଆ ସହ ହେବ । ସିଡ୍‌ନିରେ ଏହି ମ୍ୟାଚ୍ ଭାରତୀୟ ସମୟ ସାଢେ ୧ ଟାରେ ଖେଳାଯିବ ।

{"id":227011,"sizeSlug":"large"}

ଏହି ମ୍ୟାଚ୍ ପାଇଁ ଉଭୟ ଟିମ୍ ଜୋରଦାର ପ୍ରାକ୍ଟିସ୍ କରିଛନ୍ତି । କିଛି ଦିନ ତଳେ ତ୍ରିରାଷ୍ଟ୍ରୀୟ ମହିଳା ଟି-ଟ୍ବେଣ୍ଟିଂ କ୍ରିକେଟ୍  ସିରିଜ୍ ଫାଇନାଲରେ ପ୍ରବେଶ କରିଥିଲା ଭାରତ । ହେଲେ ଚାମ୍ପିଅନ୍ ହୋଇପାରିନଥିଲା । ଭାରତୀୟ ଦଳ ଏହି ମ୍ୟାଚ୍ ଜିତିବାକୁ ହେଲେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡିବ । ଓପନର ସେଫାଳି ବର୍ମା , ସ୍ମୃତି ମାନ୍ଧାନା ତ୍ରିରାଷ୍ଟ୍ରୀୟ ସିରିଜ୍ ରେ ଭଲ ପ୍ରଦର୍ଶନ କରିଥିବାରୁ ବିଶ୍ବକପ୍ ରେ ଦଳ ତାଙ୍କ ଠାରୁ ସେହି ଭଳି ପ୍ରଦର୍ଶନ ଆଶା କରୁଛି । ସେହିଭଳି ଅଧିନାୟିକା ହରମନପ୍ରୀତ୍  କୌରଙ୍କ ଉପରେ ବି ଭଲ ପ୍ରଦର୍ଶନର ଚାପ ରହିଛି । ଅଷ୍ଟ୍ରେଲିଆ ବିଶ୍ବକପର ୬ଟି ସଂସ୍କରଣରୁ ୪ଟିରେ ଚାମ୍ପିଅନ୍ ହୋଇଛି । ଏଥର ବି ଅଷ୍ଟ୍ରେଲିଆକୁ ଫେବରାଇଟ୍  ମନେ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.