Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ମହିଳା ଟି୨୦ ବିଶ୍ୱକପ: ଇତିହାସ ରଚିବା ପାଇଁ ଦରକାର ଆଉ ଗୋଟିଏ ବିଜୟ, ମହିଳା ଦିବସରେ ଗର୍ବ ଆଣିବେ ଭାରତର ଝିଅ…

7/03/2020 at 2:56 PM

ସିଡନୀ ୦୭|୦୩:  ପ୍ରଥମ ଥର ପାଇଁ ମହିଳା ଟି୨୦ ଫାଇନାଲରେ ଭାରତୀୟ ଦଳ ପ୍ରବେଶ କରିଛି। ଦଳ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଉତିହସ ରଚିବା ଲକ୍ଷ୍ୟରେ ରହିଛି। ଆସନ୍ତାକାଲି ଅର୍ଥାତ ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ଏହି ମ୍ୟାଚ ଖେଳାଯିବ। ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରେ ମ୍ୟାଚ ଆରମ୍ଭ ହେବ।

ଭାରତ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ଟି୨୦ ଫାଇନାଲରେ ସ୍ଥାନ ପକ୍କା କରିଥିଲା। ଦଳ ଗ୍ରୁପ ପର୍ଯ୍ୟାୟରେ ୪ଟି ମ୍ୟାଚ ଜିତିଥିଲା। ଯେଉଁଥିରେ ଦଳ ଉଦଘାଟନ ମ୍ୟାଚରେ ୪ଥରର ଚାମ୍ପିଆନ ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରିଥିଲା।

ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ସେମିଫାଇନାଲ ମୁକାବିଲା ବର୍ଷା ପାଇଁ ବାତିଲ ହେବା ପରେ ଭାରତ ପ୍ରଥମ ଥର ପାଇଁ ଅଧିକ ପଏଁଣ୍ଟ ପାଇଥିବାରୁ ଫାଇନାଲରେ ପ୍ରବେଶ କରିଥିଲା। ଭାରତର ସଫଳତାରେ ୧୬ ବର୍ଷୀୟା ଶେଫାଳି ବର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଅନେକ ମହତ୍ୱ ଗ୍ରହଣ କରିଛି। ଯଦି ଭାରତ ପ୍ରଥମ ଥର ପାଇଁ ଟି୨୦ ଚାମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ତେବେ ସ୍ମୃତି ମନ୍ଧାନା ଓ ହରମନପ୍ରୀତଙ୍କ ଭଳି ଖେଳାଳିଙ୍କୁ ଭଲ ରନ କରିବାକୁ ହେବ। ମଧ୍ୟକ୍ରମର ବ୍ୟାଟସମ୍ୟାନ ମଧ୍ୟ ଭଲ ପ୍ରଦର୍ଶନ କରିବା ଆବଶ୍ୟକ। ଏହାସହ ଭାରତକୁ ଚାପର ବଶବର୍ତ୍ତୀ ନହେବାକୁ ପଡିବ।

ମ୍ୟାଚ ଦେଖିବେ ୯୦ ହଜାର ଦର୍ଶକ

ଫାଇନାଲ ମ୍ୟାଚ ପାଇଁ ୭୫୦୦୦ରୁ ଅଧିକ ଟିକେଟ୍ ବିକ୍ରି ସରିଛି। ମୋଟ ୯୦ ହଜାର ଦର୍ଶକ ମ୍ୟାଚ ଦେଖିବା ନେଇ ଅନୁମାନ କରାଯାଉଛି।ଯାହା ମହିଳା କ୍ରିକେଟ ପାଇଁ ଏକ ବଡ ଘଟଣା ବୋଲି କୁହାଯିବ। ମେଗ୍ ଲେନିଂଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ଘରୋଇ ଦର୍ଶକଙ୍କ ସାମ୍ନାରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିବ। ଦର୍ଶକଙ୍କ ମଧ୍ୟରେ ପୁରୁଷ ଦଳର ପ୍ରମୁଖ ବୋଲର ମିଚେଲ ଷ୍ଟାର୍କ ମଧ୍ୟ ସାମିଲ ହେବେ।

   Related Posts