ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ଲଗାତର ବିଜୟ : ପାକିସ୍ତାନକୁ ୭ୱିକେଟରେ ହରାଇଛି ଭାରତ
12/11/2018 at 11:14 AM

ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ଲଗାତର ବିଜୟ। ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ପାକିସ୍ତାନକୁ ୭ୱିକେଟରେ ହରାଇଛି ଭାରତ। ଗ୍ରୁପ ବି ର ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଭାରତ। ବ୍ୟାଟିଂ ଆମନ୍ତ୍ରଣ ପାଇ ପାକିସ୍ତାନ ୭ ୱିକେଟ ହରାଇ ୧୩୩ରନ କରିପାରିଥିଲା। ଜବାବରେ ମିତାଲି ରାଜଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ୬ଟି ବଲ ବାକି ଥାଇ ମ୍ୟାଚକୁ ଜିତି ନେଇଥିଲା ଭାରତ। ଟୁର୍ଣ୍ଣାମେଣ୍ଟରେ ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇଥିଲା ଭାରତ। ସେପଟେ ପାକିସ୍ତାନ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଏବଂ ଦ୍ବିତୀୟ ମ୍ୟାଚରେ ଭାରତଠାରୁ ପରାଜୟ ପରେ ଟୁର୍ଣ୍ଣାମେଣ୍ଟରେ ଦଳର ଆଗକୁ ଯିବା ବାଟ ନେଇ ଆଶଙ୍କା ସୃଷ୍ଟି ହୋଇଛି।