Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଛୁଟି ନେବାକୁ ପଡୁଛି ବୋଲି ଗର୍ଭାଶୟ କାଢି ଦେଉଛନ୍ତି ମହିଳା, ଜାଣନ୍ତୁ କେଉଁଠି

25/12/2019 at 10:06 PM

ମୁମ୍ବାଇ ୨୫।୧୨:  କାମରୁ ଛୁଟି ନେବାକୁ ପଡୁଛି ବୋଲି ମହିଳାମାନେ ସେମାନଙ୍କ ଗର୍ଭାଶୟ କାଢି ଦେଉଛନ୍ତି। ମଜୁରି ବ୍ୟହତ ହେଉଥିବା ଭୟରେ ସେମାନେ ଏପରି କରୁଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ମହିଳା ସେମାନଙ୍କ ଗର୍ଭାଶୟ କାଢି ସାରିଛନ୍ତି। ଏହା ଜଣଆପଡିଛି ମହାରାଷ୍ଟ୍ର ସରକାରଙ୍କ ଜନୈକ ମନ୍ତ୍ରୀ ନିତିନ ରାଉତେଙ୍କ ପତ୍ରରୁ। ରାଉତେ ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପତ୍ର ଲେଖିଥିବା ବେଳେ ମହାରାଷ୍ଟ୍ର ମରାଠାୱାଡାର ମହିଳା ଆଖୁ ଶ୍ରମିକମାନେ ଏପରି କରୁଥିବା ଜଣାଇଛନ୍ତି।

ମାସିକ ଧର୍ମ ବେଳେ ଏ କ୍ଷେତ୍ରରେ ମହିଳା ଶ୍ରମିକଙ୍କୁ କାମ କରିବାକୁ ଦିଆଯାଏନି। ଏଣୁ ମଜୁରି ହ୍ରାସ ଲାଗି ସେମାନେ ଏପରି କରୁଥିବା ରାଉତେ ମୁଖ୍ୟମନ୍ତ୍ରୀଙ୍କୁ ସୂଚିତ କରିଛନ୍ତି। ମହାରାଷ୍ଟ୍ରରେ ଆଖୁ ଚାଷ ମାତ୍ର ୬ମାସ ଲାଗି ଲୋକଙ୍କୁ ରୋଜଗାର ଯୋଗାଇଦେଇଥାଏ। ଏହି ଆୟରୁ ସେମାନେ ବର୍ଷର ବାକି ସମୟ ଚଳିଥାନ୍ତି। ଏଣୁ ରାଜ୍ୟରେ ଆଖୁ କଳମାନେ ଯଦି ମାସିକ ୪ ଦିନ ସବୈତନିକ ଛୁଟି ପ୍ରଦାନ କରନ୍ତେ ତେବେ ମହିଳାଙ୍କୁ ଏପରି କରିବାକୁ ପଡନ୍ତାନି ବୋଲି ରାଉତେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ରରେ ନିବେଦନ କରିଛନ୍ତି।

ମାନବିକତା ଆଧାରରେ ମରାଠାୱାଡା କ୍ଷେତ୍ରର ମହିଳା ଆଖୁ ଶ୍ରିମିକଙ୍କ ଲାଗି ନୀତି ନିର୍ଦ୍ଧାରଣ ନିମନ୍ତେ ସମ୍ବଦ୍ଧିତ ବିଭାଗକୁ ନିର୍ଦ୍ଦେଶ ଦେବା ଲାଗି କଂଗ୍ରେସ ମନ୍ତ୍ରୀ ରାଉତେ ନିବେଦନରେ ଉଲ୍ଲେଖ କରିଛନ୍ତି। ନିତିନ ରାଉତେ ଏବେ ରାଜ୍ୟର ପିଡବ୍ଲୁଡି, ଆଦିବାସୀ ବ୍ୟାପାର,ମହିଳା ଏବଂ ଶିଶୁ ବିକାଶ, ବସ୍ତ୍ର, ରିଲିଫ ଓ ଥଇଥାନମନ୍ତ୍ରାଳୟ ବିଭାଗ ମନ୍ତ୍ରୀ ଅଛନ୍ତି। ଏଣୁ କୃଷି ମନ୍ତ୍ରାଳୟ ଏ ନେଇ ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି ରାଉତେ ପତ୍ରରେ ଲେଖିବା ଦେଶର ଏକ ବଡ ଘଟଣାକୁ ଏବେ ଉଜାଗର କରିଛି।

   Related Posts