Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ସ୍ବାମୀଙ୍କୁ ଛୁରୀ ଭୁସି ହତ୍ୟା କରି ଆତ୍ମହତ୍ୟା ଉଦ୍ୟମ କଲା ସ୍ତ୍ରୀ : ଘଟଣା ସଂପର୍କରେ ଫେସବୁକ୍ ପୋଷ୍ଟରେ ଦେଲା ସୂଚନା

4/01/2021 at 10:09 AM

ନୂଆଦିଲ୍ଲୀ ୪।୧: ଦିଲ୍ଲୀରେ ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଯାହା ଶୁଣିବା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଜଣେ ମହିଳା ସ୍ବାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ନିଜ ଫେସବୁକ୍ ରେ ପୋଷ୍ଟ କରି ଏ ନେଇ ସୂଚନା ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

ଦିଲ୍ଲୀ ଛରତପୁର ଅଞ୍ଚଳରେ ରବିବାର ଦିନ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଘର ମାଲିକ ଦିଲ୍ଲୀ ପୋଲିସକୁ ହତ୍ୟାକାଣ୍ଡ ନେଇ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମହିଳାକୁ ଗିରଫ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ଘରର କବାଟ ବନ୍ଦ ରହିଥିଲା । ପୋଲିସ କବାଟ ଭାଙ୍ଗି ଘରେ ଭିତରେ ପଶିଥିଲା । ଘର ଭିତରେ ସ୍ବାମୀ ଗୁରୁତର ଅବସ୍ଥାରେ ତଳେ ପଡି ଛଟପଟ ହେଉଥିଲେ । ତାଙ୍କ ଶରୀରରେ ଛୁରୀ ଭୁସିବାର ଚିହ୍ନ ଥିଲା । ନିକଟରେ ସ୍ତ୍ରୀ ବେହୋସ ହୋଇ ପଡିଥିଲେ । ପୋଲିସ ଗୁରୁତର ଅବସ୍ଥାରେ ସ୍ବାମୀଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ମୃତକ ହେଉଛନ୍ତି ୩୭ ବର୍ଷ ବୟସ୍କ ଚିରାଗ ଶର୍ମା । ସେ ହରିୟାଣା ଯମୁନାନଗରର ବାସିନ୍ଦା ଥିଲେ । ତାଙ୍କ ସ୍ତ୍ରୀ ହେଉଛନ୍ତି ୩୬ ବର୍ଷ ବୟସ୍କ ରେଣୁକା ଶର୍ମା । ଉଭୟ ସ୍ବାମୀ-ସ୍ତ୍ରୀ ଗୋଟିଏ କମ୍ପାନୀରେ ଚାକିରୀ କରନ୍ତି । ବିବାହର କିଛି ବର୍ଷ ପରେ ମଧ୍ୟ ଉଭୟଙ୍କର ସନ୍ତାନସନ୍ତତି ନଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା । ଏହାକୁ ନେଇ ସ୍ତ୍ରୀ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି ।

   Related Posts