ତାତିଲେ ମହିଳା, କାନ ଧରି ମଦ ବେପାରୀଙ୍କୁ କରାଇଲେ ଉଠବସ

Published By : Prameya-News7 Bureau | January 31, 2020 IST

ସୋର ୩୧।୧: ବାଲେଶ୍ବର ଜିଲ୍ଲା ସୋର ଥାନା ସବିରା ପଂଚାୟତ ବାଉଁଶଖୁଣ୍ଟା ଗ୍ରାମରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ମଦ ନଷ୍ଟ କରିବା ସହ ମଦ ବେପାରୀଙ୍କୁ ଉତ୍ତମ ମଧ୍ୟମ ଦେଇଥିବା ଜଣାପଡିଛି ।

{"id":218111,"sizeSlug":"large"}

ସୂଚନାଯୋଗ୍ୟ ଯେ, ସବିରା ପଂଚାୟତ ବାଉଁଶଖୁଣ୍ଟା ଗ୍ରାମରେ ଦୀର୍ଘ ଦିନ ଧରି ଚୋରା ମଦ ବେପାର ହେଉଛି ଯାହା ଫଳରେ ଗ୍ରାମରେ ମଦୁଆ ଓ ଅସାମାଜିକ ଲୋକଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ସନ୍ଧ୍ୟା ହେଲେ ମହିଳା ଓ ପିଲାମାନେ ଘରୁ ବାହାରକୁ ପାଦ କାଢିବାକୁ ଅସୁରକ୍ଷିତ ମନେକରୁଛନ୍ତି ।

{"id":218112,"sizeSlug":"large"}

ଗ୍ରାମବାସୀ ସୋର ପୋଲିସ ଓ ଅବକାରୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ମଧ୍ୟ କିଛି ସୁଫଳ ନମିଳିବାରୁ ଗତକାଲି ସନ୍ଧ୍ୟାରେ ଗ୍ରାମର କିଛି ମହିଳା ଗ୍ରାମବାସୀଙ୍କ ସହାୟତାରେ ମଦ ବେପାରୀଙ୍କୁ ଉତ୍ତମ ମଧ୍ୟମ ଦେବା ସହ କାନ ଧରି ଉଠ୍ ବସ୍ କରିଥିଲେ । ମଦ ବେପାରୀ ମଦ ବେପାର କରିବେ ନାହିଁ କହିବା ପରେ ମଦ ବେପାରୀଙ୍କୁ ଛାଡି ଦେଇଥିବା ଜଣାପଡିଛ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.