ଘରର ମହିଳାମାନେ ସକାଳେ କରନ୍ତୁ ଏହି ସବୁ କାମ : ଖୋଲିଯିବ ଭାଗ୍ୟ
15/09/2020 at 4:37 PM

ଅନେକ ଥର ଆମ ଦ୍ବାରା କରାଯାଇଥିବା ଏପରି କାମ ବାସ୍ତୁଦୋଷ ଉତ୍ପନ୍ନ କରିବାର କାରଣ ହୋଇଥାଏ। ଏହା କାରଣରୁ ଧନ ଦେବୀ କୋପ କରିଥାନ୍ତି। ଫଳରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହା ସହିତ ଘରର ବାତାବରଣରେ ନକରାତ୍ମକତା ଛାଇ ଯିବା ଦ୍ବାରା ଘରର ସୁଖ ଶାନ୍ତି ନଷ୍ଟ ହେବା ସହ ଧନ ଯୋଗାଡ଼ କରିବାରେ ସମସ୍ୟା ହୋଇଥାଏ। ଏପରି କ୍ଷେତ୍ରରେ ଘରର ମହିଳା ଯଦି ସକାଳେ ଉଠି କିଛି ଉପାୟ କଲେ ଘରର ବାସ୍ତୁ ଠିକ୍ ହେବାରେ ସାହାଯ୍ୟ ମିଳିଥାଏ। ଏହା ଦ୍ବାରା ଆର୍ଥିକ ସମସ୍ୟା ଦୂର ହେବା ସହ ସ୍ବାମୀଙ୍କ ଚାକିରୀ ଏବଂ ବ୍ୟବସାୟରେ ପ୍ରତିଷ୍ଠା ମିଳିଥାଏ। ଆସନ୍ତୁ ଜାଣିବା ସେହି ସରଳ ଉପାୟ ବିଷୟରେ

ଘର ସଫା : ଘର ସଫା ନକରିବା ଦ୍ବାରା ଧନ ଦେବୀ ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏପରି କ୍ଷେତ୍ରରେ ଚାକିରୀ ଏବଂ ବ୍ୟବସାୟ ସହ ଜଡ଼ିତ ସମସ୍ୟା ହୋଇପାରେ। ଏଥିପାଇଁ ଘରର ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ଘର ସଫା ରହିବା ଦ୍ବାରା ଘରର ମାହୋଲ୍ ମଧ୍ୟ ସକରାତ୍ମକ ହୋଇଥାଏ।

ତୁଳସୀ ଗଛରେ ପାଣି ଦେବା : ସକାଳେ ଶୀଘ୍ର ଉଠି ତୁଳସୀ ଗଛରେ ପାଣି ଦିଅନ୍ତୁ। ଏହା ଦ୍ବାରା ଘରେ ନକରାତ୍ମକତା ଦୂର ହୋଇଥାଏ। ଘରର ବାତାବରଣ ମଧ୍ୟ ଖୁସିରେ ଭରି ଯାଇଥାଏ। ମା ଲକ୍ଷ୍ମୀ ଘରେ ବାସ କରିବା ଦ୍ବାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ।

ପୂଜା-ପାଠ : ପ୍ରତିଦିନ ସକାଳେ ଗାଧୋଇ ସଫା ପୋଷାକ ପିନ୍ଧନ୍ତୁ। ଏହା ପରେ ଘର ପାଖରେ ମନ୍ଦିର କିମ୍ବା ପୂଜାଘରେ ଘିଅର ଦୀପ ଜଳାଇ ଭଗବାନଙ୍କ ପୂଜା ଏବଂ ଭକ୍ତି କରନ୍ତୁ। ଏହା ଦ୍ବାରା ଘର ପରିବାରର ସଦସ୍ୟଙ୍କଠାରେ ଦେବୀ-ଦେବତାଙ୍କର କୃପା ବଜାୟ ରହିବ। ଏହା ସହିତ ଏକାଗ୍ରତା ଶକ୍ତି ବଢ଼ିବ। ଏହା ଦ୍ବାରା ଶାରିରୀକ,ମାନସିକ ଏବଂ ଆର୍ଥିକ ଭାବେ ବିକାଶ ହେବ। ପୂଜା କରିବା ସହିତ ଗୋଟିଏ କର୍ପୂରକୁ ଜଳାନ୍ତୁ। ଏହା ଦ୍ବାରା ଘରେ ବ୍ୟାପିଥିବା ନକରାତ୍ମକ ଉର୍ଜା ସକରାତ୍ମକରେ ପରିବର୍ତ୍ତନ ହୋଇଥାଏ।

ମୁଖ୍ୟ ଦ୍ବାରରେ ସ୍ବସ୍ତିକ : ଘରର ମହିଳାଙ୍କୁ ପ୍ରତିଦିନ ସକାଳେ ଘରର ମୁଖ୍ୟ ଦ୍ବାରରେ ସିନ୍ଦୂର ଏବଂ ଘିଅକୁ ମିଶାଇ ଗଣେଶଙ୍କ ଚିହ୍ନ ଅର୍ଥାତ୍ ସ୍ବସ୍ତିକ କରିବା ଉଚିତ୍। ଏହା ଦ୍ବାରା ଘରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଏହା ସହିତ ଆନନ୍ଦମୟ ବାତାବରଣ ସୃଷ୍ଟି ହେବ। ଅନ୍ନ ଏବଂ ଧନର ସମସ୍ୟା ଦୂର ହୋଇଥାଏ।

ଗଙ୍ଗା ଜଳ ସିଞ୍ଚନ : ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ପ୍ରତିଦିନ ପୂଜାର ଗଙ୍ଗା ଜଳ ସିଞ୍ଚନ କରିବା ଉଚିତ୍। ଏହା ଦ୍ବାରା ଘରେ ଥିବା ନକରାତ୍ମକ ଉର୍ଜା ଦୂର ହେବା ସହ ଘରେ ଆନନ୍ଦମୟ ବାତାବରଣ ରହିଥାଏ।