ମହିଳାଙ୍କୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍ ଏହି ୫ଟି ଜିନିଷ : ନାନାବିଧ ରୋଗରୁ ମିଳିବ ମୁକ୍ତି

Published By : Prameya-News7 Bureau | September 07, 2020 IST

ଅଧିକାଂଶ ସମୟରେ ଦେଖାଯାଇଥାଏ ଯେ ମହିଳାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେଇ ପାରନ୍ତି ନାହିଁ। ମହିଳାଙ୍କୁ ସୁସ୍ଥ ରହିବା ପାଇଁ ନିଜର ବିଶେ​‌ଷ ଧ୍ୟାନ ରଖିବା ଆବଶ୍ୟକ। ଆଜି ଆମେ ଜାଣିବା ମହିଳାଙ୍କୁ ଡାୟେଟରେ କେଉଁ ଜିନିଷକୁ ସାମିଲ କରିବା ଉଚିତ୍? ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ରଖିବା ଆବଶ୍ୟକ।

{"id":326300,"sizeSlug":"large"}

୧. ଦହି : ମହିଳାଙ୍କୁ ଡାୟେଟରେ ଦହି ସାମିଲ କରିବା ଉଚିତ୍। ଦହିରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲସିୟମ୍ ରହିଥାଏ। କ୍ୟାଲସିୟମ୍ ଅଭାବ ହେବାରୁ ବିଭିନ୍ନ ପ୍ରକାରର ରୋଗ ହେବାର ଆଶଙ୍କା ରହିଥାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ କ୍ୟାଲସିୟମର ଆବଶ୍ୟକତା ରହିଥାଏ। ଦହି ସେବନ କରିବା ଦ୍ବାରା ପାଚନ ତନ୍ତ୍ର ମଧ୍ୟ ଠିକ୍ ରହିଥାଏ।

{"id":326301,"sizeSlug":"large"}

୨. ପାଳଙ୍ଗ: ପାଳଙ୍ଗ ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ ଲାଭଦାୟକ ହୋଇଥାଏ। ପାଳଙ୍ଗରେ ଆଇରନ,ଫୋଲେଟ ଏବଂ ଭିଟାମିନ୍ ମଧ୍ୟ ରହିଥାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ଆନିମିଆ ସମସ୍ୟା ହୋଇଥାଏ। ଆନିମିଆ ହେଲେ ପାଳଙ୍ଗ ସେବନ କରିବା ଉପଯୋଗୀ ହୋଇଥାଏ। ସୁସ୍ଥ ରହିବା ପାଇଁ ମହିଳାଙ୍କୁ ଡାୟେଟରେ ପାଳଙ୍ଗକୁ ସାମିଲ କରିବା ଉଚିତ୍।

{"id":326303,"sizeSlug":"large"}

୩. ଅଳସୀ ମଞ୍ଜି : ମହିଳାଙ୍କୁ ଡାୟେଟରେ ଅଳସୀ ମଞ୍ଜିକୁ ସାମିଲ କରିବା ଉଚିତ୍‌। ଅଳସୀ ମଞ୍ଜି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଅଳସୀ ମଞ୍ଜିରେ ଓମେଗା ୩ ଫ୍ୟାଟି ଏସିଡ ପ୍ରଚୁର ମାତ୍ରାରେ ଥାଏ ଯାହା ମସ୍ତିଷ୍କ ଏବଂ ଆଖିର ବିକାଶରେ ସହାୟକ ହୋଇଥାଏ। ଅଳସୀ ମଞ୍ଜି ସେବନ କରିବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ।

{"id":326304,"sizeSlug":"large"}

୪.ସୋୟାବିନ : ସୋୟାବିନ୍ ସେବନ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ସୋୟାବିନରେ ଆଇରନ,ଫୋଲେଟ,କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ପ୍ରଚୁର ମାତ୍ରାରେ ଥାଏ। ମହିଳାଙ୍କୁ ଡାୟେଟରେ ସୋୟାବିନ୍ ସାମିଲ କରିବା ଉଚିତ୍।

{"id":326305,"sizeSlug":"large"}

୫. ପିଜୁଳି : ପିଜୁଳିରେ ଭିଟାମିନ୍ ସି ଏବଂ କ୍ୟାଲସିୟମ ପ୍ରଚୁର ମାତ୍ରାରେ ଥାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ମହିଳାଙ୍କୁ ଡାୟେଟରେ ପିଜୁଳି ସାମିଲ କରିବା ଉଚିତ୍। ଆନିମିଆ ସମସ୍ୟାରେ ମଧ୍ୟ ପିଜୁଳି ସେବନ ଲାଭଦାୟକ ହୋଇଥାଏ। ପିଜୁଳିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ ଯାହା ତ୍ବଚା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.