ରାଜଧାନୀରେ ଖୋଲିଲା ରାଜ୍ୟର ପ୍ରଥମ ମହିଳା ସେଲ୍ଟର ହୋମ, ରହିଛି ୫୦ଟି ଶଯ୍ୟା

Published By : Prameya-News7 Bureau | January 10, 2019 IST

ଭୁବନେଶ୍ବର ୧୦|୧: ବେସାହାରା ଓ ନିରାଶ୍ରୟ ମହିଳାଙ୍କ ପାଇଁ ରାଜଧାନୀରେ ଖୋଲିଲା ସ୍ବତନ୍ତ୍ର ମହିଳା ଆଶ୍ରୟସ୍ଥଳି । ଯାହା ରାଜ୍ୟରେ ପ୍ରଥମ । ଗୁରୁବାର ମେୟର ଅନନ୍ତ ନାରାୟଣ ଜେନା ଏହାର ଶୁଭାରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ୫୦ଟି ବେଡ୍‌ର ବ୍ୟବସ୍ଥା କରାଯାଇଛି । ଆତ୍ମନିର୍ଭରଶୀଳ ହେବାକୁ ମହିଳାଙ୍କୁ ଏଠାରେ କାମ ବି ଯୋଗାଇ ଦିଆଯିବ । … 

{"id":72447}

​ଶୈଳବାଳା ମହାନ୍ତି ଜଣେ ନିରାଶ୍ରୟା ମହିଳା ।ଶୈଳବାଳାଙ୍କ ଜୀବନ ବ୍ୟଥା ଓ ବେଦନାରେ ଭରା । ଘର କଟକ ଚୌଦ୍ବାର ଅ଼୍ଚଳର ବିରଲ ଗାଁରେ । କ୍ୟାନସର ପୀଡିତ ସ୍ବାମୀ ଆରପାରିରେ । ପରିଣତ ବୟସରେ ଦୁର୍ ଦୁର୍ ମାର୍ ମାର୍ କଲେ ଆତ୍ମୀୟ । ବାର ଦୁଆର ହେବା ଅପେକ୍ଷା ସ୍ବାଧୀନ ଭାବେ ବଞ୍ଚିବା ପାଇଁ ଏହି ସହରାଞ୍ଚଳ ଆଶ୍ରୟସ୍ଥଳିକୁ ସେ ବାଛି ନେଇଛନ୍ତି । କେବଳ ଶୈଳବାଳା ନୁହଁନ୍ତି ତାଙ୍କ ଭଳି ଅନେକ ପ୍ରୌଢା ଓ ବୃଦ୍ଧା ଏଠାରେ ଆଶ୍ରୟ ନେଉଛନ୍ତି । ପରିବାର ଲୋକଙ୍କ ପାଇଁ ଅଲୋଡା ହୋଇ ଯାଇଥିବା ଏହି ମହିଳାମାନେ ଏଠି କିନ୍ତୁ ବେଶ୍ ହସଖୁସିରେ ରହୁଛନ୍ତି । 

{"id":72448}

ନିରାଶ୍ରୟଙ୍କ ପାଇଁ ରାଜଧାନୀରେ ୭ଟି ଆଶ୍ରୟସ୍ଥଳ ରହିଛି । କିନ୍ତୁ ନିଳାଦ୍ରୀବିହାର ଶନି ମନ୍ଦିର ନିକଟ ଏହି ଆଶ୍ରୟସ୍ଥଳ କେବଳ ମହିଳାଙ୍କ ପାଇଁ । ଯାହା ରାଜ୍ୟର ପ୍ରଥମ । ଗୁରୁବାର ଏହାକୁ ଉଦଘାଟନ କରିଛନ୍ତି ମେୟର । ୨୪ ଘଣ୍ଟିଆ ରହଣୀ ବ୍ୟବସ୍ଥା ଥିବା ଏହି ଆଶ୍ରୟସ୍ଥଳରେ ପ୍ରାଥମିକ ପର୍ଯ୍ୟାୟରେ ୫୦ଟି ବେଡର ବ୍ୟବସ୍ଥା କରାଯାଇଛି । ଆତ୍ମନିର୍ଭରଶିଳ ହେବା ପାଇଁ ମହିଳାମାନଙ୍କୁ ବିଭିନ୍ନ କାମ ବି ଦିଆଯିବ ବୋଲି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ।  

{"id":72449}

ଏହି ଅବସରରେ କ୍ୟାପିଟାଲ ହସପିଟାଲ ପାଖ ଗଙ୍ଗ ନଗର ଅର୍ବାନ ​ସେଲଟର ହୋମକୁ ମଡେଲ ସେଲଟର ହୋମ ଭାବେ ଘୋଷଣା କରାଯାଇଛି।

{"id":72450}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.