Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

୧୯୬୪ରେ ଜଣେ ମହିଳା ବୈଜ୍ଞାନିକ କରିଥିଲେ କରୋନା ଭାଇରସର ଚିହ୍ନଟ , ଜାଣନ୍ତୁ ତାଙ୍କ ସମ୍ପର୍କରେ

21/04/2020 at 8:25 AM

ନୂଆଦିଲ୍ଲୀ ୨୦।୪: କରୋନା ଭାଇରସ୍ ସାରା ବିଶ୍ବରେ ଏପର୍ଯ୍ୟନ୍ତ ୧.୬୫ ଲକ୍ଷରୁ ଅଧିକ ଲୋକଙ୍କୁ ମୃତ୍ୟୁ ହୋଇଥିବା ବେଳେ ୨୪ ଲକ୍ଷରୁ ଅଧିକ ଅସୁସ୍ଥ ଅଛନ୍ତି। କିଛି ବୈଜ୍ଞାନିକଙ୍କ ମତରେ ଏହା ବାଦୁଡିଠାରୁ ମଣିଷକୁ ହୋଇଛି। କିନ୍ତୁ ଆଉ କିଛି ଲୋକ କୁହନ୍ତି ଏହାକୁ ଲ୍ୟାବରେ ତିଆରି କରାଯାଇଛି। କିନ୍ତୁ ଆପଣ ଜାଣିଛନ୍ତି ଯେ, ସବୁଠାରୁ ପ୍ରଥମେ କରୋନା ଭାଇରସର ସନ୍ଧାନ କିଏ କରିଥିଲେ? ତେବେ ଆସନ୍ତୁ ଜାଣିବା ସେହି ବୈଜ୍ଞାନିକଙ୍କ କାହାଣୀ, ଯିଏକି ପ୍ରଥମ ଥର ଭାଇରସର ସନ୍ଧାନ କରିଥିଲେ।

୧୯୬୪ ମସିହା ଅର୍ଥାତ ଆଜିଠାରୁ ୫୬ ବର୍ଷ ପୂର୍ବେ ଜଣେ ମହିଳା ବୈଜ୍ଞାନିକ ନିଜର ଇଲୋଟ୍ରୋନିକ୍ ମାଇକ୍ରୋସ୍କୋପରେ ଦେଖିଥିଲେ। ତାଙ୍କୁ ସେତେବେଳେ ଏକ ଭାଇରସ୍ ଦେଖିବାକୁ ମିଳିଥିଲା, ଯାହାର ଆକାର ଗୋଲାକାର ଓ ତା’ର ଚାରିପଟେ କଣ୍ଟା ବାହାରିଥିବାର ଦେଖିବାକୁ ମିଳିଥିଲା। ଯେପରିକି ସୂର୍ଯ୍ୟଙ୍କ କିରଣ ଭଳି ଥିଲା। ଏହାପରେ ଏହି ଭାଇରସର ନାଁ ​‌କରୋନା ରଖାଯାଇଥିଲା। ଏହି ଭାଇରସକୁ ସନ୍ଧାନ କରିଥିବା ମହିଳାଙ୍କ ନାଁ ହେଉଛି ଡଃ. ଜୁନ୍ ଅଲମିଡା।

ଅଲମିଡା ଯେତେବେଳେ କରୋନା ଭାଇରସର ସନ୍ଧାନ କରିଥିଲେ, ସେତେବେଳେ ତାଙ୍କର ବୟସ ୩୪ ବର୍ଷ ଥିଲା। ୧୯୩୦ରେ ସ୍କଟଲାଣ୍ଡରୀ ଗ୍ଲାସଗୋ ସହରର ଉତ୍ତର-ପୂର୍ବ ସ୍ଥିତ ଏକ ବସ୍ତିରେ ସାଧାରଣ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ଅଲମିଡାଙ୍କ ବାପା ଜଣେ ବସ୍ ଡ୍ରାଇଭର ଥିଲେ। ଘରର ଆର୍ଥିକ ସ୍ଥିତି ଠିକ୍ ନଥିବା କାରଣରୁ ଅଲମିଡାଙ୍କୁ  ୧୬ ବର୍ଷ ବୟସରେ ସ୍କୁଲ ଛାଡିବାକୁ ପଡିଥିଲା। ଏହାପରେ ସେ ଗ୍ଲାସଗୋ ରୟାଲ ଇନଫରମାରୀରେ ଲାବ୍ ଟେକ୍ନିସିଆନ୍ ଭାବରେ ଚାକିରି କରିଥିଲେ। ପରେ କାମ ଭଲ ଲାଗିବାରୁ ସେ ଏଥିରେ ନିଜର କ୍ୟାରିୟର କରିଥିଲେ। କିଛି ମାସ ପରେ ଅଧିକ ଟଙ୍କା ପାଇଁ ​‌ସେ ଲଣ୍ଡନ ଚାଲିଯାଇଥିଲେ ଓ ସେଣ୍ଟ ବାର୍ଥୋଲୋମିୟୁଜ ହସ୍ପିଟାଲରେ ଲାବ୍ ଟେକ୍ନିସିୟାନ ଭାବରେ କାମ କରିଥିଲେ।

୧୯୫୪ରେ ସେ ଭେନେଜୁଏଲାର କଳାକାରେ ଏନରିକ୍ ଅଲମିଡାଙ୍କୁ ବିବାହ କରିଥିଲେ। ଏହାପରେ ଦୁହେଁ କାନାଡା ଚାଲିଯାଇଥିଲେ। ଏହାପରେ ଟରୋଣ୍ଟେର ଅଟାରିୟା ଇନଷ୍ଟିଚ୍ୟୁଟରେ ସେ ଲ୍ୟାବ୍ ଟେକ୍ନିସିୟାନଠାରୁ ଉପର ପଦବୀ ମିଳିଥିଲା। ବ୍ରିଟେନରେ ତାଙ୍କର କାମର ପ୍ରାଧାନ୍ୟକୁ ବୁଝି ୧୯୬୪ରେ ଲଣ୍ଡନର ସେଣ୍ଟ ଥୋମାସ୍ ମେଡିକାଲ ସ୍କୁଲ ତାଙ୍କୁ ଚାକିରୀ ଅଫର କରିଥିଲା।  ପରେ ସେ ଡେଭିଡ୍ ଟାୟରେଲଙ୍କ ସହିତ ରିସର୍ଚ୍ଚ କରିବା ଆରମ୍ଭ କରିଥିଲେ। ସେତେବେଳେ ଥଣ୍ଡା-କାଶ ଉପରେ ତାଙ୍କର ଗବେଷଣା  ଚାଲିଥିଲା। ଡକ୍ଟର ଟାୟରେଲ ବି-୮୧୪ ନାମକ ଫ୍ଲୁ ଭଳି ଭାଇରସର ସାମ୍ପଲ ସର୍ଦ୍ଦି-କାଶ ପୀଡିତ ରୋଗୀଙ୍କଠାରୁ ଜମା କରିଥିଲେ। କିନ୍ତୁ ଲ୍ୟାବରେ ଏହାକୁ କଲେକ୍ଟ କରିବା ଖୁବ୍ ଅସୁବିଧା ହୋଇଥିଲା।

ତେଣୁ ଡାକ୍ତର ଜଣକ ଅଲମିଡାଙ୍କ ପାଖକୁ ସାମ୍ପଲ ପଠାଇଥିଲେ। ଅଲମିଡା ଭାଇରସର ଇଲେକ୍ଟେ୍ରାନିକ୍ ମାଇକ୍ରୋସ୍କୋପରେ ଫଟୋ ଉଠାଇଥିଲେ। କେବଳ ସେତିକି ନୁହେଁ, ସେ କହିଥିଲେ ଦୁଇଟି ଭାଇରସ ମିଳିଛି। ପ୍ରଥମଟି କୁକୁଡାର ବ୍ରୋଙ୍କାଇଟିସରେ ଓ ଅନ୍ୟଟି ମୂଷାର ଲିଭରରେ। ତାଙ୍କର ଏହି ରିପୋର୍ଟକୁ ପରେ ରିଜେକ୍ଟ କରିଦିଆଯାଇଥିଲା। ଅନ୍ୟ ବୈଜ୍ଞାନିକମାନେ କହିଥିଲେ ଫଟୋ ଖୁବ୍ ଧୂଆଁଳିଆ ରହିଛି।

ସୂର୍ଯ୍ୟଙ୍କ ଭଳି ଦେଖିବାକୁ ଗୋଲାକାର ଓ କଣ୍ଟାଳିଆ ହୋଇଥିବାରୁ ଏହାର ନାମ କରୋନା ଭାଇରସ ରଖାଯାଇଥିଲା। ଏହି ଘଟଣା ୧୯୬୪ ମସିହାର ଥିଲା। ସେତେବେଳେ କୁହାଯାଇଥିଲା ଯେ, ଭାଇରସ୍ ଇନଫ୍ଲୁଏଞ୍ଜା ଭଳି ଦେଖାଯାଏ, କିନ୍ତୁ ଏହା ତାହା ନଥିଲା, ବଂର ଆଉ କିଛି ଥିଲା। ୧୯୮୫ ପର୍ଯ୍ୟନ୍ତ ଡକ୍ଟର ଅଲମିଡା ଖୁବ୍ ସକ୍ରିୟ ଥିଲେ। ସାରା ବିଶ୍ବର ବୈଜ୍ଞାନିକଙ୍କର ସେ ସାହାର୍ଯ୍ୟ କରିଛନ୍ତି। ୨୦୦୭ ରେ ତାଙ୍କର ୭୭ ବର୍ଷ ବୟସରେ ପରଲୋକ ହୋଇଥିଲା।  ତେବେ ସେ ଏହା ପୂର୍ବରୁ ସେଣ୍ଟ ଥୋମାସରେ ପରାମର୍ଶଦାତା ବୈଜ୍ଞାନିକ ଭାବରେ କାମ କରୁଥିଲେ। ସେ ଏଡସ୍ ଭଳି ଭୟାବହ ରୋଗ ସୃଷ୍ଟି କରୁଥିବା ଏଚଆଇଭି ଭାଇରସର ପ୍ରଥମ ହ୍ବାଇ-କ୍ବାଲିଟି ଇମେଜ୍ ତିଆରି କରିବାରେ ସାହାର୍ଯ୍ୟ କରିଥିଲେ।

   Related Posts