Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

ବୋହୂକୁ ମାଡ଼ ମାରି ହାତ ଗୋଡ଼ ବାନ୍ଧି ଦେଲେ ଶାଶୁଘର, ଉଦ୍ଧାର କଲେ ଗାଁ ଲୋକେ

28/12/2020 at 2:26 PM

ଗଞ୍ଜାମ ୨୮। ୧୨ : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ମଙ୍ଗରାଜପୁର ଡାଙ୍ଗିସାହିରେ ଅଭାବନୀୟ ଘଟଣା ଘଟିଛି। ଶାଶୁ ଘର ଲୋକେ ବୋହୂକୁ ମାଡ଼ ମାରିବା ସହ ହାତଗୋଡ ବାନ୍ଧି ଦେଇଥିବା ଅଭିଯୋଗ ଆସିଛି । ତେବେ ଗୁରୁତର ଅବସ୍ଥାରେ ବୋହୂଙ୍କୁ ଉଦ୍ଧାର କରିଛନ୍ତି ଗାଁଲୋକ । ଗୁରୁତର ଅବସ୍ଥାରେ ବୋହୂଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ୨ଜଣଙ୍କୁ ଅଟକ ରଖିଛି ପୋଲିସ ।

ଖବର ଅନୁଯାୟୀ, ଗତ ଆଠ ମାସରେ ମହିଳାଙ୍କ ବିବାହ କରିଥିଲା । ସମୟ ସମୟରେ ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ଆସିଥାଏ । ଏପରିକି ଶାଶୁ ଘର ଲୋକେ  କେତେ ଯେ ନିର୍ଦ୍ଦୟ ଘଟଣାକୁ ଦେଖିଲେ ଜାଣିପାରିବେ । ଆଠ ମାସ ତଳେ ବିବାହ କରିଥିବା ନବବଧୂକୁ ମାଡ଼ ମାରିବା ସହ ବାନ୍ଧି ଘରେ ପକାଇ ଦେଇଛନ୍ତି । ରାତିତମାମ ନବବଧୂଜଣଙ୍କୁ  ବାନ୍ଧି ଘରେ ପକାଇଦେଇଥିବାର ଅଭିଯୋଗ ଆସିଛି । ଘଟଣା ସଂପର୍କରେ ବୋହୂଙ୍କ ପରିବାର ଲୋକ ଜାଣିପାପାରିଥିଲେ , ଏବଂ ଉଦ୍ଧାର କରିବା ପାଇଁ ଗାଁ ଲୋକଙ୍କ ସହ ମିଶି ନବବଧୂଙ୍କୁ ଉଦ୍ଧାର କରିଥିଲେ । ତେବେ ତାଙ୍କର ଅବସ୍ଥା ଗୁରୁତର  ଥିବାରୁ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ତେବେ ଘଟଣାରେ ପୋଲିସ ଛାନ୍‌ଭିନ୍‌ ଜାରି ରଖିଥିବା ବେଳେ ୨ଜଣଙ୍କ ଅଟକ ରଖିଛି ।   

   Related Posts