ବନ୍ଦ ଘରେ ୧୫ ଘଣ୍ଟା ରହିଯାଇଥିଲେ ଅସୁସ୍ଥ ମହିଳା, ସମସ୍ତେ ଭାବିଲେ ମୃତ ; କବାଟ ଭାଙ୍ଗି ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | October 28, 2020 IST

ଭଦ୍ରକ ୨୬।୧୦:  ବନ୍ଦ ଘର ଭିତରେ ୧୫ ଘଣ୍ଟା ରହିଯାଇଥିଲେ ଅସୁସ୍ଥ ମହିଳା  । ପୋଲିସ ଘରର କବାଟ ଭାଙ୍ଗି ମହିଳାଙ୍କୁ ଉଦ୍ଧାର କରିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖୀ ପଟାପୋଲି ନିକଟରେ ଘଟିଛି ଘଟଣା ।

{"id":352097,"sizeSlug":"large"}

ଭଣ୍ଡାରିପୋଖରୀ ଥାନା ପଟାପୋଲ ନିକଟରେ ମହିଳାଜଣକ ଘର ଭଡାରେ ରହୁଥିଲେ । ସ୍ୱାମୀ ଡ୍ରାଇଭର ଥିଲେ । ଗତକାଲି ଅପରାହ୍ନରୁ ଡ୍ୟୁଟି ସେ ଯାଇଥିଲେ । ତେବେ ସକାଳେ ପଡୋଶୀ ଯେତେ ଡାକିଲେ ମଧ୍ୟ ଭିତରୁ କୌଣସି ଶବ୍ଦ ଆସୁନଥିଲା । ଏହା ପରେ ସ୍ଥାନୀୟ ଲୋକେ ଭିଡ଼ ଜମାଇଥିଲେ । ଏବଂ ଖବର ଦେବା ପରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚିଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମହିଳା ଙ୍କ ସମ୍ପର୍କୀୟଙ୍କୁ ଖବର ଦିଆଯିବ ସହ କବାଟ ଭଙ୍ଗାଯାଇଥିଲା । ତେବେ ମହିଳା ଜଣକ ମୁର୍ମୁଷ ଅବସ୍ଥା ରେ ରହିଥିଲେ । ପୋଲିସ ତାଙ୍କୁ ଉଦ୍ଧାର କରି ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.