Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାକି ୨୦ ଜିଲ୍ଲାର ସହରାଞ୍ଚଳରେ କାଲିଠୁ ନାଇଟ୍‌ କର୍ଫ୍ୟୁ
  • ||
  • ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ବଦଳିଲା ନାଇଟ୍‌ କର୍ଫ୍ୟୁ ସମୟ
  • ||
  • ରାଜ୍ୟରେ ଫେରିଲା କୋଭିଡ୍‌ କଟକଣା
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ୍‌ ପର୍ଯ୍ୟବେକ୍ଷଣ ଦାୟିତ୍ୱ
  • ||
  • ୨୧ ଆଇଏଏସ୍‌ଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଦାୟିତ୍ବ
  • ||
  • ଭଦ୍ରକ : ବୈତରଣୀ ନଦୀରେ ବୁଡି ଭାଇ-ଭଉଣୀଙ୍କ ସଲୀଳ ସମାଧି, ପିଉସୀଙ୍କ ଘରୁ ଫେରିବା ବେଳେ ଅଘଟଣ
  • ||
  • ମାଲକାନଗିରି : ମାନିଲେନି କୋଭିଡ୍ ନିୟମ, ସିଲ୍ ହେଲା ଦୋକାନ
  • ||
  • ଧର୍ମଗଡ : ଧର୍ମଗଡ ବଣିକ ସଂଘର ବଡ ନିଷ୍ପତ୍ତି, ଶନିବାର ଓ ରବିବାର ସଂପୂର୍ଣ୍ଣ ବନ୍ଦ ରହିବ ସହର
  • ||
  • କଟକ : ସ୍ବରେଜ ମ୍ୟାନ୍‌ହୋଲ୍‌ରେ ଶ୍ବାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||
  • ସୋର : ମା’ ମାଡ ମାରିବାରୁ ଲୁଚିଥିଲେ ଟାୟାର ଭିତରେ, ଚାପିଦେଲା ଜେସିବି
  • ||

ବୋହୂକୁ ଶ୍ବଶୁର କଲା ଦୁଷ୍କର୍ମ : ଶାଶୁ ଜାଣି ମଧ୍ୟ ରହିଥିଲା ଚୁପ୍, ଗାଁ ଲୋକେ ପୋଲିସରେ ଖବର ଦେବା ପରେ ଅଭିଯୁକ୍ତ ଅଟକ

25/06/2019 at 3:33 PM

ମହାକାଳପଡା ୨୫|୬: ପିଶାଚ ଶ୍ବଶୁର କଲା ବୋହୂକୁ ଦୁଷ୍କର୍ମ । ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ କରିଛନ୍ତି ବୋହୂ । ଏଭଳି ନିନ୍ଦନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ମେରାଇନ ଥାନା ବାଲିପାଟ ଗ୍ରାମରେ ।

ସୂଚନା ଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ମେରାଇନ ଥାନା ବାଲିପାଟ ଗାଁର ଗୋପାଳ ଜାନାଙ୍କ ପୁଅ ରାଜୁ ଜାନା ଗତ ନଅ ବର୍ଷ ପୂର୍ବେ ବୈଦିକ ରିତିରେ ଜ୍ୟୋସ୍ନା ଜାନାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ଝିଅ ଅଛନ୍ତି । ରାଜୁ ଅନ୍ୟ ଏକ ମହିଳା ସହିତ ସମ୍ପର୍କ ରଖି ଘର ଛାଡି ଚାଲିଯାଇଥିଲେ । ଦୁଇ ଜଣଙ୍କ ମଧ୍ୟରେ ନୋଟାରିରେ ଛାଡପତ୍ର ହୋଇଛି । ଏହାପରେ ଜ୍ୟୋସ୍ନା ବାପଘରେ ରହୁଥିଲା । ତେବେ ଗୋପାଳ ବୋହୂ ଜ୍ୟୋସ୍ନାକୁ ପାଖରେ ଆଣି ରଖିଥିଲେ । ଗତ ଦୁଇ ମାସ ତଳେ ବୋହୂର ଅନିଛା ସତ୍ତ୍ବେ ଶ୍ବଶୁର ଗୋପାଳ ଜ୍ୟୋସ୍ନାକୁ ଦୁଷ୍କର୍ମ କରିଥିଲା ।ଏସବୁ କଥା ଜ୍ୟୋସ୍ନା ଶାଶୁ ଲକ୍ଷ୍ମୀ ଜାନାଙ୍କୁ କହିଥିଲେ । ଶାଶୁ ଲୋକ ଲଜ୍ୟା ଭୟରେ ଏ ବିଷୟ ଲୁଚାଇବା ପାଇଁ କହିଥିଲେ । କିନ୍ତୁ ଏକଥା ଲୁଚି ରହି ନଥିଲା ଶାଶୁ ବୋହୂ ଝଗଡାରୁ କଥା ଜଣାପଡିଥିଲା । ତାପରେ ଗ୍ରାମବାସୀ ଗାଁରେ ପ୍ରଜାର୍କୋଟ କରି ଗୋପାଳକୁ ଆଣି ପଚରାଉଚରା କରି ମାଡ ମାରିବା ପରେ ସବୁ ସତ କଥା ମାନିଥିଲା ଗୋପାଳ । ସେ  ମଦ ନିଶାରେ ଏମିତି କରିଦେଇଥିଲେ ବୋଲି କହିଛନ୍ତି । 

ବାଲିପାଟ ଗ୍ରାମର ପ୍ରଜାକୋର୍ଟ ବସିଥିଲା । ସେଠାରେ ଶ୍ବଶୁର ଏବଂ ବୋହୂ ଉପସ୍ଥିତ ଥିଲେ । ଗ୍ରାମବାସୀମାନେ ମଧ୍ୟ ଉପସ୍ଥିତ ଥିଲେ । ସର୍ବ ସମ୍ମୁଖରେ ଗୋପାଳ ସ୍ବୀକାର କରିଥିଲେ ଯେ, ସେ ମଦ ନିଶାରେ ଭୁଲ କରିଦେଇଛନ୍ତି । ବୋହୂ ଜୋସ୍ନା କହିଥିଲେ ସେ ଏ ବିଷୟରେ ଶାଶୁକୁ କହିଥିଲେ । ଶାଶୁ ମଧ୍ୟ ଘଟଣାକୁ ସ୍ବୀକାର କରିଥିଲେ । ଶାଶୁ କହିଥିଲେ ମୋ ସ୍ବାମୀର ଭୁଲ ପାଇଁ ତାଙ୍କୁ ଦଣ୍ଡ ମିଳୁ ।

ଏହାପରେ ଥାନାରେ ବୋହୁ ଜ୍ୟୋସ୍ନାଙ୍କ ଅଭିଯୋଗ ପରେ ପୋଲିସ ଶାଶୁ ଲକ୍ଷ୍ମୀ ଜାନା ଶ୍ବଶୁର ଗୋପାଳ ଜାନାକୁ ଅଟକ ରଖି ତଦନ୍ତ କରୁଛି ।

   Related Posts