ବ୍ରହ୍ମକୁମାରୀ ଆଶ୍ରମର ଯୁବତୀଙ୍କୁ ଦୁଷ୍କର୍ମ , ଆଶ୍ରମ କର୍ମଚାରୀଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | June 26, 2019 IST

ଆଗ୍ରା୨୬|୬: ବ୍ରହ୍ମକୁମାରୀ ଆଶ୍ରମରେ ୪ ବର୍ଷ ହେଲା ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯେୋଗ ହୋଇଛି । ସଂପୃକ୍ତ ପିଡୀତା ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ଆଶ୍ରମ କର୍ମଚାରୀ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ପୀଡିତା। ଘଟଣା ଘଟିବା ପରେ ଯୁବତୀ ଥାନାକୁ ଯାଇ ଆଶ୍ରମ କର୍ମଚାରୀ ଭଗବାନ ସିଂହ ବିରୋଧରେ ମାମଲା ରୁଜୁ କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରିଥିଲା।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ମଧ୍ୟ ବ୍ରହ୍ମକୁମାରୀ ଆଶ୍ରମରେ ରହୁଥିଲେ। ପୀଡିତା ସେହି ଆଶ୍ରମରେ ୪ ବର୍ଷ ହେଲା ରହିଆସୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବର୍ଷେ ତଳେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା ଓ ମାମଲା ରୁଜୁ କରିଲେ ପରିଣାମ ଭୋଗିବ ବୋଲି ଧମକ ଦେଇଥିଲା।ପୀଡିତା କହିଥିଲେ ଯେ, ଗତ ୨ ଦିନ ତଳେ ପୁଣି ଥରେ କର୍ମଚାରୀ ତାଙ୍କୁ ଯୌନ ନିର୍ଯତନା ଦେଇଥିଲା। କିନ୍ତୁ ପୀଡିତା ସେଠୁ ନିଜକୁ ରକ୍ଷା କରି ପଳାଇଥିଲେ। ସେଠାରେ ଥିବା ପଡୋଶୀ ଅନ୍ତେବାସୀଙ୍କ ସାହାଯ୍ୟ ନେଇ ପୋଲିସ ଷ୍ଟେଶନରେ ମାମଲା ରୁଜୁ କରିଥିଲେ।    

ପୀଡିତା କହିଥିଲେ ଯେ, ଅଭିଯୁକ୍ତ ନିଶ୍ଚିତ ଭାବେ ଆଶ୍ରମର ଅନ୍ୟ ମହିଳା ସହ ମଧ୍ୟ ଏଭଳି କାମ କରିଥିବ। ଅପରପକ୍ଷରେ ଅଭିଯୁକ୍ତ ଗଣମାଧ୍ୟମକୁ କହିଛନ୍ତି ଯେ, ପୀଡିତାଙ୍କ ସହମତିରେ ସେ ତାଙ୍କ ସହ ସଂପର୍କ ରଖିଥିଲେ। ଅଭିଯୁକ୍ତ ଅନୁସାରେ ୨ ଦିନ ତଳେ ପୀଡିତାଙ୍କ ସହ ଆଶ୍ରମର ଅନ୍ୟଜଣେ ମହିଳାଙ୍କର ଝଗଡା ହୋଇଥିଲା। ସେହି ସମୟରେ କର୍ମଚାରୀ ଉଭୟଙ୍କ ବିବାଦରେ ମୁଣ୍ଡ ଖେଳେଇଥିବାରୁ ପୀଡିତା ତାଙ୍କ ବିରୋଧରେ ମାମଲା ରୁଜୁ କରିଲେ। ଆଶ୍ରମର ଅନ୍ୟ ମହିଳାଙ୍କୁ ପୋଲିସ ପଚରା ଉଚୁରା କରି ମାମଲାର ଅନୁସନ୍ଧାନ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.