ଜନ୍ମଦିନ ପାର୍ଟି ଆଳରେ ପଞ୍ଚତାରକା ହୋଟେଲକୁ ଡାକି ମହିଳାଙ୍କୁ ଦୁଷ୍କର୍ମ: ଡେଟିଂ ଆପରେ ହୋଇଥିଲା ସାକ୍ଷାତ

Published By : Prameya-News7 Bureau | July 29, 2021 IST

ମୁମ୍ବାଇ ୨୯/୦୭ : ମୁମ୍ବାଇର ଜଣେ ମହିଳାଙ୍କ ସହ ତାଙ୍କରି ଜନ୍ମଦିନରେ ପଞ୍ଚତାରକା ହୋଟେଲରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ମହିଳାଙ୍କୁ ଜାଣିଥିବା ଜଣେ ବ୍ୟକ୍ତି ତାଙ୍କୁ ମଦ୍ୟପାନ କରାଇ ଏହି ଘଟଣା ଘଟାଇଛନ୍ତି। ବର୍ତ୍ତମାନ ମହିଳା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୨୮ ଏବଂ ୩୭୬ ଅନୁଯାୟୀ ମାମଲା ରୁଜୁ ହୋଇଛି। ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ମହିଳା ଜଣକ କହିଛନ୍ତି ଯେ ଜନ୍ମଦିନ ପାର୍ଟି ଦେବା ବାହାନାରେ ଉକ୍ତ ବ୍ୟକ୍ତି ତାଙ୍କୁ ପଞ୍ଚତାରକା ହୋଟେଲକୁ ନିମନ୍ତ୍ରଣ କରିଥିଲେ ଏବଂ ପରେ ତାଙ୍କୁ ବଳାତ୍କାର କରିଥିଲେ। ମାସେ ପୂର୍ବରୁ ମହିଳା ଜଣକ ସେହି ପୁରୁଷ ସହ କଥାବାର୍ତ୍ତା କରୁଥିଲେ। ଦୁହେଁ ଏକ ଡେଟିଂ ଆପରେ ଭେଟିଥିଲେ।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମହିଳା ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଯେତେବେଳେ ସେମାନେ ତାଙ୍କ ଜନ୍ମଦିନ ପାଳନ କରିବାକୁ ମୁମ୍ବାଇର ୱର୍ଲି ଅଞ୍ଚଳର ଏକ ପଞ୍ଚତାରକା ହୋଟେଲକୁ ଯାଇଥିଲେ ସେତେବେଳେ ଏହି ଘଟଣା ଘଟିଥିଲା। ମହିଳା କହିଛନ୍ତି ଯେ ସେ ଏକ ଡେଟିଂ ଆପ୍ ମାଧ୍ୟମରେ ଅଭିଯୁକ୍ତଙ୍କୁ ଭେଟିଥିଲେ ଏବଂ ସେମାନେ ଏକ ମାସରୁ ଅଧିକ ସମୟ ହେବ ପରସ୍ପର ସହ ଚାଟ୍ କରିଥିଲେ। ସୋମବାର ଦିନ ଅଭିଯୁକ୍ତ ଜଣକ ଏକ ପଞ୍ଚତାରକା ହୋଟେଲ ସୁଇଟରେ ମହିଳାଙ୍କ ପାଇଁ ଜନ୍ମଦିନ ପାର୍ଟିର ଆୟୋଜନ କରିଥିଲେ ଏବଂ ତାଙ୍କୁ ସେଠାକୁ ଆସିବାକୁ କହିଥିଲେ। ମହିଳା ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତ ତାଙ୍କୁ ଏକ ଗ୍ଲାସ ମଦ ଦେଇଥିଲା।

ମହିଳା ଜଣକ କହିଛନ୍ତି ଯେ ମଦ ପିଇବା ପରେ ତାଙ୍କୁ ତୁରନ୍ତ ନିଦ ଲାଗିଥିଲା। ସେ ଶୋଇବା ଆରମ୍ଭ କରିବା ପରେ ଅଭିଯୁକ୍ତ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲା। ପୋଲିସ କହିଛି ଯେ ମହିଳା ଜଣକ ମଦ୍ୟପାନ କରିବା ପରେ ଶୋଇବା ଆରମ୍ଭ କରିଥିଲେ ଏବଂ ପରେ ଅଭିଯୁକ୍ତ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ମହିଳାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ନିଜ ପରିବାରକୁ ସବୁ କଥା କହିଥିଲେ। ପରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.