ବାପା ମଦପିଇ ପୁଅକୁ ଧରି ଫେରୁଥିବାବେଳେ ବ୍ରିଜରୁ ଖସି ପୁଅ ନିଖୋଜ ପରେ ଆଜି ପୁଣି ୨ଟିମଦ ଦୋକାନ ଜାଳିଦେଲେ ଉତ୍ୟକ୍ତ ମହିଳା

Published By : Prameya-News7 Bureau | October 28, 2019 IST

ସୋର୨୮|୧୦: ବଇଁଚବାଙ୍କ, ଆଗିରା, ବାଇନଣ୍ଡା ଓ ଗଞ୍ଜ ଗ୍ରାମର ଉତ୍ୟକ୍ତ ମହିଳାମାନେ ଆଜି ପୁଣି ଦୁଇଟି ମଦ ଦୋକାନକୁ ଜାଳିଦେଇଛନ୍ତି । ଗତକାଲି ମଧ୍ୟ ବେଆଇନ ମଦ ଦୋକାନ ଜାଳିଥିଲେ । ମଦ ପିଇ ବାପ ପୁଅ ବ୍ରିଜରୁ ଖସି ପୁଅ ନିଖୋଜ ହେବାପରେ ରାଗରେ ଗ୍ରାମବାସୀ ମଦ ଦୋକାନ ଜାଳି ଭାଙ୍ଗିଦେଇଥିଲେ  । ବାପ ମଦ ପିଇ ଚାଉମିନ ଧରି ପୁଅକୁ ନେଇ  ଘରକୁ ଫେରୁଥିବା ବେଳେ ବାଡ ନଥିବା ବ୍ରିଜ ଉପରୁ ଖସି ପୁଅ ନିଖୋଜ ହୋଇଯାଇଥିଲେ । ବାପ ଉଦ୍ଧାର ହୋଇଥିବା ବେଳେ ୧୮ ଘଣ୍ଟା ବିତିଲା ପରେ ବି ପୁଅ ନିଖୋଜ ରହିଛି।ଲୋକଙ୍କ ମଧ୍ୟରେ ମଦ ଦୋକାନକୁ ନେଇ ଉତ୍ତେଜନା ଲାଗିରହିଛି ।

{"id":175779}

ଏହି ଦୁର୍ଘଟଣା ଘଟିଥିଲା ବାଲେଶ୍ବର ଜିଲା ସୋର ଥାନା ଅଧିନ ମଧୁସୁଦନପୁର ପଞ୍ଚାୟତ ଅଗିରା ଗ୍ରାମରେ । ସୂଚନା ମୁତାବକ ଗ୍ରାମର ଅଇରୀ ମୁଣ୍ଡା ଏବଂ ତାଙ୍କ ପାଞ୍ଚ ବର୍ଷର ଶିଶୁପତ୍ର ବାପୁନ ମୁଣ୍ଡା ବଜାରରୁ ବାଣ କିଣି ଚାଉମିନ ଧରି ନିକଟସ୍ଥ ଦେଶୀ ମଦ ଦୋକାନରୁ ମଦ ପିଇ ଘରକୁ  ଫେରୁଥିବା ବେଳେ ରାସ୍ତାରେ ଆଗିରା ବ୍ରିଜ ଉପରୁ ନିଜର ଭାରସାମ୍ୟ ହରାଇ ଉଭୟ ବାପ ପୁଅ ତଳକୁ ଖସିପଡିଥିଲେ।

{"id":175780}

ସୌଭାଗ୍ୟ ବସତଃ ବାପକୁ ଗ୍ରାମବାସୀ ଉଦ୍ଧାର କରିଥିଲା ବେଳେ ପୁଅ ନିଖୋଜ ହୋଇଯାଇଥିାଲ। ଘଟଣା ସ୍ଥଳରେ ସୋର ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ତେବେ ପୁଅର କୌଣସି ଠିକଣା ମିଳିପାରିନି। ଅନ୍ୟ ପକ୍ଷରେ ଉତ୍ୟକ୍ତ ଗ୍ରାମବାସୀ ଗତ ରାତିରେ ବେଆଇନ ମଦ ଦୋକାନକୁ ନିଆଁ ଲଗାଇ ଜାଳି ଦେଇଥିଲେ। ଆଜି ସକାଳେ ବଇଁଚବାଙ୍କ, ଆଗିରା, ବାଇନଣ୍ଡା ଓ ଗଞ୍ଜ ଗ୍ରାମର ଉତ୍ୟକ୍ତ ମହିଳା  ଦୁଇଟି ମଦ ଦୋକାନକୁ ଜାଳି ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.