ଅପହୃତା ଅଙ୍ଗନଓ୍ବାଡି ସହାୟିକାଙ୍କୁ ଉଦ୍ଧାର କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | November 26, 2019 IST

ଆଠମଲ୍ଲିକ ୨୬।୧୧ : ଆଠମଲ୍ଲିକ ଥାନା  ଦିଗପଦର ଗ୍ରାମର ଅଙ୍ଗନଓ୍ବାଡି ସହାୟିକା ଜଲି ପ୍ରଧାନଙ୍କ ଅପହରଣକୁ ଦେଢ ମାସ ବିତିଗଲା ପରେ ବି ଆଜି ପର୍ଯ୍ୟନ୍ତ ଆଠମଲ୍ଲିକ ପୋଲିସ ଜଲି ପ୍ରଧାନଙ୍କୁ ଉଦ୍ଧାର କରିପାରିଲା ନାହିଁ । ଏହାର ପ୍ରତିବାଦ କରି ଆଜି ଶତାଧିକ ମହିଳା ଏକ ରାଲିରେ ଆସି ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ ଅଫିସ ସମୁଖରେ ବିକ୍ଷୋଭ କରିଛନ୍ତି । ଏକ ଦାବିପତ୍ର ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ।

{"id":190175,"sizeSlug":"large"}

ପରିବାର ଲୋକଙ୍କ କହିବା ଅନୁସାରେ ପରେ ବି ଅଭିଯୁକ୍ତକୁ ପୋଲିସ ଗିରଫ କରିପାରି ନାହିଁ କି କିଛି ତଦନ୍ତ କରୁନାହିଁ । ଯାହାଫଳରେ ପୋଲିସ ଉପରେ ପରିବାର ଲୋକଙ୍କ ଆଉ ଭରସା ପାଉନାହିଁ । ଆଞ୍ଚଳିକ ମହିଳା ସୁରକ୍ଷା କମିଟି ତରଫରୁ ଆଜି ବିକ୍ଷୋଭ କରାଯାଇଛି । ଜଦି ଜଲି ପ୍ରଧାନକୁ ପୋଲିସ ଉଦ୍ଧାର ନକରିପାରିଲେ ପୁଣି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.