ବେଦାନ୍ତ ମୁଖ୍ୟ ଗେଟ୍ ସମ୍ମୁଖରେ ମହିଳାଙ୍କ ଧାରଣା, ମିଥ୍ୟା କେସ୍ କରି ଗିରଫ ପ୍ରତିବାଦ
20/07/2019 at 9:39 AM

କଳାହାଣ୍ଡି ୨୦|୭: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବେଦାନ୍ତ ରିଫାଇନାରୀ ମୁଖ୍ୟ ଗେଟ୍ ସମ୍ମୁଖରେ ଛତ୍ରପୁର ଗାଁ ମହିଳାଙ୍କ ଧାରଣା । ଲାଞ୍ଜିଗଡ ପୋଲିସର ଗ୍ରାମବାସୀଙ୍କ ନାଁରେ ମିଥ୍ୟା କେସ୍ କରି ଗିରଫ ପ୍ରତିବାଦରେ ଧାରଣା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ସୁରକ୍ଷା କର୍ମୀ ଓ ଆନ୍ଦୋଳନକାରୀ ଗଣ୍ଡଗୋଳ ବେଳେ ଓଏସଫ ଯବାନ ଓ ଆନ୍ଦୋଳନକାରୀଙ୍କ ମୃତ୍ୟୁ ମାମଲାରେ ପୋଲିସ ୩୭ଜଣଙ୍କ ନାଁରେ ଓ୍ବାରେଣ୍ଟ ଜାରି କରିଥିବା ବେଳେ ତିନି ଶହରୁ ଉର୍ଦ୍ଧ୍ବ ଲୋକଙ୍କ ନାଁରେ ମାମଲାରେ ସଂପୃକ୍ତି ଦର୍ଶାଇଛି । ବହୁ ନିରୀହ ଲୋକଙ୍କ ମାମଲା ରୁଜୁକୁ ପ୍ରତିବାଦ କରି ଗ୍ରାମବାସୀ ଧାରଣା ଦେଇଛନ୍ତି । ବେଦାନ୍ତ ଇଙ୍ଗିତରେ ପୋଲିସ ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ କରୁଥିବା ବେଳେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ମାମଲାରେ ପୋଲିସ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।