Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବାଲି ଖାଦାନ ଟେଣ୍ଡର ପ୍ରକ୍ରିୟା ଗୋଟିଏ ଦିନ ବଢାଇବାକୁ ଦାବି, ତହସିଲ କାର୍ଯ୍ୟାଳୟରେ ଶତାଧିକ ମହିଳାଙ୍କ ଧାରଣା

27/10/2021 at 5:33 PM

ମୋରଡା ୨୭।୧୦: ଓଡିଶା ସରକାରଙ୍କର ରାଜସ୍ବ ବିଭାଗ ଅନ୍ତର୍ଗତ ମୋରଡା ତହସିଲ ଜମ୍ଭିରା ନଦୀ ବାଲି ଖାଦାନ ବଡଫେରା, ବରକନ୍ଦ, ଗଡିଆ, ଗଣ୍ଡଗୁହାଳି ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷଠାରୁ ୫ବର୍ଷ ଲିଜ୍ ପାଇଁ ନିଲାମ ଇସ୍ତାହାର ପ୍ରକାଶ ପାଇଥିଲା । ଗତ ୧୧ତାରିଖରୁ ୨୫ତାରିଖ ମଧ୍ୟରେ ଆବେଦନ କରିବାର ଥିବାବେଳେ, ଶେଷ ଦିନ ବିଜେପି ପାର୍ଟି ଦ୍ଵାରା ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିଲା ।  ବନ୍ଦ ଡାକରା ସତ୍ତ୍ବେ ମଧ୍ୟ ବାଲି ଟେଣ୍ଟର  ପକାଇବା ପାଇଁ ସବୁ ବ୍ୟବସ୍ଥା କରାଯାଇଥିଲା । ତେବେ ଏନେଇ ଅଫିସ୍ ଖୋଲା ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପି କର୍ମୀ ପହଞ୍ଚି ମୁଖ୍ୟ ଗେଟ୍ ରେ ଧାରଣାରେ ବସିଥିଲେ । ତେଣୁ କିଛି ଆଶାୟୀ  ଆବେଦନରୁ ବଞ୍ଚିତ ହୋଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିବା ସୂଚନା ମିଳିଛି ।

ଅପରପକ୍ଷରେ ୨୬ତାରିଖ ପୂର୍ବାହ୍ନ ୧୧ଟା ବେଳେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଟେଣ୍ଡର ବାକ୍ସ ଖୋଲିବାର ଥିଲା । କିନ୍ତୁ ଆବେଦନରୁ ବଞ୍ଚିତ ଆଶାୟୀମାନେ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ପୁଣି ଆଉ ଗୋଟିଏ ଦିନ ସ୍ଥିର କରି ଟେଣ୍ଡର ପକାଇବା ପାଇଁ ବ୍ୟବସ୍ଥା କରାଯାଉ । ତେବେ ନିୟମ ଅନୁଯାୟୀ ୨୬ ତାରିଖରେ ବାଲି ଟେଣ୍ଡର ବାକ୍ସ ଖୋଲା ନଯିବାକୁ ବିରୋଧ କରିଛନ୍ତି ମୋରଡା ବ୍ଲକ୍ ମିଶନ ଶକ୍ତି ମହିଳା ସମେତ ସ୍ଥାନୀୟ ଜନସାଧାରଣ । ଏନେଇ ମୋରଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ମହିଳା ଧାରଣାରେ ବସିଛନ୍ତି ।

   Related Posts