ବିଭିନ୍ନ ଦାବି ନେଇ ବ୍ଲକ୍ ସମ୍ମୁଖରେ ମହିଳା ସଂଘ ପକ୍ଷରୁ ଗଣଧାରଣା

Published By : Prameya-News7 Bureau | September 30, 2020 IST

ଭଦ୍ରକ ୩୦।୯: ଧାନ କିଣା ବାବଦକୁ ଖର୍ଚ୍ଚ ଅର୍ଥ ଦିଆ ନଯିବା, ଅନୁପସ୍ଥିତ ସଭ୍ୟଙ୍କୁ ଦରମା ପ୍ରଦାନ ଓ ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବ୍ଲକ ସମ୍ମୁଖରେ ଗଣଧାରଣା । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସମ୍ମୁଖରେ ରାମେଶ୍ବର ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘର ସଭ୍ୟାମାନେ ଗଣଧାରଣା ଦେଇଛନ୍ତି ।

ରାମଚନ୍ଦ୍ରପୁର, ରାମେଶ୍ବର ପଞ୍ଚାୟତ ସ୍ତରୀୟ ମହିଳା ସଂଘର ସଭାପତି ଓ ସ୍ତରୀୟ ସଭ୍ୟାଙ୍କୁ ଅଗଣତାନ୍ତ୍ରିକ ଭାବେ ବିପିଏମ ଓ ପଂଚାୟତ ନୋଡାଲ ଅଫିସର ପଦବୀରୁ ବାହାର କରିବା ପାଇଁ ଉଦ୍ୟମ ଅଭିଯୋଗ ଆଣିଛନ୍ତି । ବୈଠକରେ ଏଜେଣ୍ଡାର ବିଷୟବସ୍ତୁ ଅନୁଯାୟୀ କୌଣସି ଆଲୋଚନା ହେଉନଥିବା, ଧାନ କିଣାରେ ସଂଘ ତରଫରୁ ହୋଇଥିବା ଖର୍ଚ୍ଚକୁ ମଧ୍ୟ ପ୍ରଦାନ କରାଯାଉନଥିବା ଅଭିଯୋଗ ଆଣିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବ ବୋଲି ସଂଘ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.