Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଦ ଭାଟି ବନ୍ଦ କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦାବି

ସୁବର୍ଣ୍ଣପୁର ୩।୧୨: ସୁବର୍ଣ୍ଣପୁର ଜିଲ୍ଲା ତରଭା  ବ୍ଲକରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି  । ରାସ୍ତା କଡରେ ମଦ ଭାଟି ରହିଛି  ଏଥିଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଏ ସବୁକୁ ରୋକିବା ପାଇଁ ଏବେ ଅଣ୍ଟାଭିଡିଛନ୍ତି ସ୍ଥାନୀୟ ମହିଳାମାନେ  । ତରଭା ବ୍ଲକ୍ ମରାଡୁଗୋଛା ଗ୍ରାମର ଥିବା ମଦ ଭାଟି ବନ୍ଦ କରିବାକୁ ଦାବି କରିଛନ୍ତି ଗାଁର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ  ।

ସ୍ଥାନୀୟ ଆମ୍ବେଦକର ଛକରୁ ଏକ ଶୋଭାଯାତ୍ରାରେ ବାହାରି ସଦର ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ  । ଗାଁରେ ଥିବା ମଦ ଭାଟିଟି ବିଦ୍ୟାଳୟର ଶହେ ମିଟର ଦୂରତାରେ ରହିଛି  ।ସେହିପରି ମଦଭାଟିଟି ରାସ୍ତା କଡରେ ଥିବାରୁ ମଦ୍ୟପ ଏବଂ ଆସାମାଜିକ ବ୍ୟକ୍ତିଙ୍କ ରାସ୍ତା ଉପରେ ଦୌରାତ୍ମ୍ୟ ବଢୁଛି   । ତେଣୁ ତୁରନ୍ତ ଏହି ମଦଭାଟିକୁ ବନ୍ଦ କରିବାକୁ ଦାବି କରିଛନ୍ତି ମହିଳାମାନେ  । ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି  ।

88 Views

   ସମ୍ବନ୍ଧିତ ଖବର