ମଦ ବିରୋଧୀ ଆନ୍ଦୋଳନ, ମଦ ବିକ୍ରିକୁ ବିରୋଧ କରି ତାତିଲେ ମହିଳା

Published By : Prameya-News7 Bureau | April 14, 2019 IST

ଲାଞ୍ଜିଗଡ ୧୪|୪: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କାନକୁଟୁରୁ ଗାଁରେ ମଦ ବିରୋଧୀ ଆନ୍ଦୋଳନ । ସ୍ଥାନୀୟ ଅଞ୍ଚଳରେ ମଦ ବିକ୍ରିକୁ  ନେଇ ତାତିଛନ୍ତି ମହିଳା । ଯାହକୁ ନେଇ ମହିଳାମାନେ ଗାଁର ଏକ ସଭାର ଆୟୋଜନ କରିଥିଲେ । ଏଥିରେ କାନକୁଟରୁ   ସମିତି ସଭ୍ୟା ରୂପି ମାଝୀ ଓ ନାଏବ ସରପଞ୍ଚ ଲବଣୀ ପ୍ରଧାନୀଏହି ବୈଠକରେ ଉପସ୍ଥିତ ଥିଲେ । ହେଲେ ବୈଠକ ଚାଲିଥିବା ବେଳେ ଦେଶୀ ମଦ ରାନ୍ଧୁଥିବା  ଡିକୁ ମାଝୀ ଏକ ଛୁରୀ ଧରି ହଠାତ୍  ସଭା ମଝିକୁ ପସି ଆସି ସମସ୍ତଙ୍କୁ ଡରାଇବାକୁ ଲାଗିଥିଲା । ହେଲେ ମହିଳା ମାନେ କୌଶଳକ୍ରମେ  ତାକୁ କାବୁକରି ପୋଲିସକୁ ଖବର ଦେଇଥିଲେ । ଖବରପାଇ ବିଶ୍ବନାଥପୁର ପୋଲିସ ଡିକୁ ମାଝୀକୁ ଗିରଫ କରିଛି ।  ତେବେ ସ୍ଥାନୀୟ ଅଞ୍ଚଳରେ  ସବୁଦିନପାଇଁ ମଦ ବନ୍ଦ କରିବା ପାଇଁ ମହିଳା ମାନେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି । ମହିଳା ମାନଙ୍କ ଏହି କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.