ଗାଁରେ ପୁରୁଷ ନାହାଁନ୍ତି, ହେଲେ ମହିଳା ହୁଅନ୍ତି ଗର୍ଭବତୀ...ଜାଣିବା କଣ ହୋଇଥାଇପାରେ ଘଟଣା

Published By : Prameya-News7 Bureau | January 04, 2019 IST

ଦୁନିଆରେ ବହୁତ ଆଶ୍ଚର୍ଯ୍ୟଜନକ ଘଟଣା ଅଛି । ଜାଣିଲେ ଲାଗେ ଏମିତି ବି ହୋଇପାରେ । ସେମିତି ଆଜି ଘଟଣାଟିଏ ଜାଣନ୍ତୁ, ଯାହା ଆପଣ ଆଗରୁ କେବେ ଶୁଣି ନଥିବେ । ଆପଣ ଶୁଣିଛନ୍ତି, ପରୁଷ ନ ଥାଇ ମହିଳା ଗର୍ଭବତୀ ହେବା । ହଁ , ଏକଥା ସଂପୂର୍ଣ୍ଣ ସତ ।

ଆଫ୍ରିକାର ଏମିତି ସ୍ଥାନଟିଏ ଅଛି ଯେଉଁ ଗାଁରେ ପୁରୁଷ ନଥାଇ ବି  ମହିଳା ହୁଅନ୍ତି ଗର୍ଭବତୀ  । ଆଫ୍ରିକାର ଘଂଚ ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁରେ ଜଣେ ବି ପୁରୁଷ ନଥାନ୍ତି । କିମ୍ବା ସେହି ଗାଁରେ କୌଣସି ପୁରୁଷକୁ ରହିବାକୁ ଦିଆଯାଏନାହିଁ । ଗୋରା ସୈନିକମାନେ ଏହି ଗାଁରେ ୧୯୯୦ ମସିହାରେ ୧୫ଜଣ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ପୁରୁଷଙ୍କୁ ଏହି ଗାଁ ମନା ହୋଇଛି ।

ସେହିଦିନଠାରୁ ଏହି ଗାଁରେ ରହୁଥିବା ୨୫୦ମହିଳା ନିଜ ପିଲାଙ୍କ ସହ ରହୁଛନ୍ତି । ସେମାନେ ନିଜର ପିଲାଛୁଆ ଜନ୍ମ କରିବାପାଇଁ ପୁରୁଷମାନଙ୍କ ଉପରେ ନିର୍ଭରଶୀଳ ନୁହଁନ୍ତି ।

ଏହି ଗାଁରେ ଡ଼ାକ୍ତରଖାନା, ପାର୍କ, ପ୍ରାଥମିକ ବିଦ୍ୟାଳୟ ଆଦି ଅଛି । ଏହି ଗାଁର ଲୋକ ଆଧୁନିକତାରୁ ବି ପଛରେ ପଡ଼ିନାହାଁନ୍ତି । ହେଲେ ଏହି ଗାଁରେ ଥିବା ନିୟମ ଅନୁସାରେ କୋଣସି ପୁରୁଷଙ୍କୁ ରହିବାକୁ ଦିଆଯାଇନଥାଏ ଅନୁମତି ।

କିନ୍ତୁ ଜାଣିବା କେମିତି ହୁଅନ୍ତି ସେମାନେ ଗର୍ଭବତୀ ।

ସେମାନେ ଗର୍ଭବତୀ ହେବାପଛରେ ସବୁଠୁ ବଡ଼ କାରଣ ହେଲା, ରାତିରେ ସେମାନଙ୍କୁ ଯିବାକୁ ହୁଏ ଗାଁ ବାହାରକୁ । ସେଠାରେ ସେମାନେ ନିଜର ମନପସନ୍ଦର ପୁରୁଷଙ୍କ ସହ ମିଶି ରଖିଥାନ୍ତି ଶାରୀରିକ ସଂପର୍କ । ତାହା ପୁଣି ସମସ୍ତଙ୍କ ଅଗୋଚରରେ ରଖିଥାନ୍ତି  ଏପରି ସଂପର୍କ ।

କେହିଜଣେ ଏହି ଗାଁ ବାବଦରେ ଟ୍ଵିଟର ସାଇଟ୍‌ରେ ଜଣାଇବାପରେ ସାରା ଦୁନିଆରେ ଚର୍ଚ୍ଚା ପାଲଟିଯାଇଥିଲା । ଏହି ଗାଁକୁ ଦେଖିବାକୁ ଆସୁ୍‌ଥିବା ପର୍ଯ୍ୟଟକଙ୍କ ଠାରୁ ଏହି ମହିଳାମାନେ ସେମାନଙ୍କୁ ଦେଖିବାପାଇଁ ଟଂକା ରଖିଥାନ୍ତି । ବର୍ତ୍ତମାନ ଏହି ମହିଳାମାନଙ୍କର ମୁଖ୍ୟ ରୋଜଗାର ବାହାରଦେଶର ପର୍ଯ୍ୟଟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.