ବସ୍ ଚଲାଉଥିଲା ବେଳେ ହଠାତ ବେହୋସ ହେଲେ ଡ୍ରାଇଭର, ଲୋକଙ୍କ ଜୀବନ ବଞ୍ଚାଇଲେ ମହିଳା ଯାତ୍ରୀ

Published By : Prameya-News7 Bureau | January 18, 2022 IST

ନୂଆଦିଲ୍ଲୀ ୧୮/୦୧ : କଥାରେ ନାହିଁ, ରଖେ ହରି ତ ମାରେ କିଏ। ସତରେ ଅସୁବିଧା ସମୟରେ ଭଗବାନ୍‌ କାହାକୁ ନା କାହାକୁ ଦେବଦୂତ୍ତ କରି  ପଠେଇଥାନ୍ତି। ଆଉ  ଏଠି ଦେବଦୂତ୍ତ ସାଜିଛନ୍ତି ଜଣେ ନାରୀ।  କୌଣସି କଥାକୁ ଖାତିର ନକରି ବଞ୍ଚେଇଲେ ଅନେକଙ୍କ ଜୀବନ। ଆମେ ଏମିତି କାହିଁକି କହୁଛୁ ପୂରା ଘଟଣା ବିଷୟରେ ଆପଣମାନେ ନିଜେ ପଢିଲେ ଜାଣି ପାରିବେ। 

ପୁନେରେ ଖୁବ୍‌ ଦ୍ରୁତ ଗତିରେ ଚାଲିଥିଲା ମିନି ବସ୍। ହଠାତ୍ ଗାଡିର ଡ୍ରାଇଭର ବେହୋସ ହୋଇ ପଡିବାରୁ, ଗାଡିଟି ନିୟନ୍ତ୍ରଣ ହରାଇ ବସିଥିଲା। ବସରେ ବସିଥିବା ଯାତ୍ରୀମାନେ ଖୁବ୍‌ ଭୟଭୀତ ହୋଇଯାଇଥିଲେ। କିନ୍ତୁ ସେହି ବସ୍‌ରେ ବସିଥିବା ଜଣେ ମହିଳା ଯାତ୍ରୀ ଏକ ଆଶ୍ଚର୍ଯ୍ୟ କଲାଭଳି କାମ କରିଥିଲେ।

ପୁନେର  ବାଘୋଲର ୪୨ ବର୍ଷୀୟ ମହିଳା  ୟୋଗିତା ସାତୱ ଡ୍ରାଇଭରଙ୍କୁ ବେହୋସ ପଡିଥିବା  ଦେଖି ତୁରନ୍ତ ନିଜ ସିଟରୁ ଉଠି ଆସି ଡ୍ରାଇଭର ସିଟ୍ ରେ ବସି ଯାଇଥିଲେ।  ଆଉ ଷ୍ଟେରିଙ୍ଗକୁ କଣ୍ଟ୍ରୋଲ କରିବା ଆରମ୍ଭ କରିଥିଲେ। ହେଲେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ନିଜ ଜୀବନ ସେ ପ୍ରଥମଥର ବସ୍ ଚାଲାଇ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ। ୟୋଗିତା ସାତୱ ପାଖାପାଖି ୨୫ କିମି ପର୍ଯ୍ୟନ୍ତ ମିନି ବସ୍‌ ଚଲେଇଥିଲେ। ସେ ହସ୍ପିଟାଲରେ ଡ୍ରାଇଭରଙ୍କ ଚିକିତ୍ସା କରିଥିଲେ। ଯେଉଁଥିପାଇଁ କି ତାଙ୍କ ଜୀବନ ବଞ୍ଚିପାରିଥିଲା।

ଜାନୁଆରୀ ୭ରେ ବାଘୋଲୀରୁ ପିକନିକ୍ କରିବାକୁ ମୋରାଚୀର ଚିଞ୍ଚୋଲ ଯାଉଥିଲେ ୨୦ଜଣ । ଫେରିବା ସମୟରେ ଡ୍ରାଇଭରଙ୍କର ମୁଣ୍ଡ ବୁଲାଇବାରୁ ସେ ବେହୋସ ହୋଇ ପଡିଥିଲେ।ଡ୍ରାଇଭରଙ୍କ ଏମିତି ଅବସ୍ଥା ଦେଖି ୟୋଗିତା କହିଲେ ବସ୍‌ ଚଲେଇବାକୁ  ଅନୁମତି ମାଗିଥିଲେ।

ଯାତ୍ରୀମାନେ ଅନୁମତି ଦେବା ପରେ ୟୋଗିତା ବସ୍ ଚଲେଇ ଲୋକଙ୍କ ଜୀବନ ବଞ୍ଚାଇଥିଲେ। ତାଙ୍କର ଏହି ଗାଡି ଚଲେଇବା ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।  ଏହି ଭିଡିଓଟିକୁ ୟୁଟ୍ୟୁବରେ ବି ଅପଲୋଡ କରାଯାଇଛି। ଯାହାକୁ ଦେଖିଲା ପରେ ଅନେକ ତାଙ୍କୁ ପ୍ରଶଂସା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.