Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ମଦ ଦୋକାନ ଖୋଲିବାକୁ ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ

12/01/2021 at 4:48 PM

ଭଦ୍ରକ ୧୨।୧: ଗୋଟିଏ ଠିପି ଖୋଲା ମଦ ଦୋକାନ ଥିବାବେଳେ ପୁଣି ସେହି ସ୍ଥାନଠାରୁ ଅଳ୍ପ ଦୂରରେ ଆଉ ଗୋଟିଏ ଠିପି ଖୋଲା ମଦ ଦୋକାନ ଖୋଲିବାକୁ ବିରୋଧ । ଜିଲ୍ଲାପାଳଙ୍କ ସହ ଆବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିରୋଧ ପ୍ରଦର୍ଶନ ସହ ଦାବିପତ୍ର ଦେଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ରାମଚନ୍ଦ୍ରପୁର ପଞ୍ଚାୟତଠାରେ ଏକ ମଦ ବାର୍ ରହିଛି । ପୂର୍ବରୁ ଅଞ୍ଚଳବାସୀମାନେ ବାରକୁ ବିରୋଧ କରିଥିଲେ । କିନ୍ତୁ ଏବେ ପୁଣି ପୁରୁଣା ବାର୍ ନିକଟରେ ଆଉ ଏକ ନୂଆ ବାର୍ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ପୂର୍ବରୁ ଗୋଟିଏ ବାର୍ ଥିବାବେଳେ ଆଉ ଅଧିକ ବାର୍ ନ ଖୋଲିବା ପାଇଁ ଅଞ୍ଚଳବାସୀ  ଦାବି କରିଛନ୍ତି । ଏନେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିରୋଧ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପରେ ଅବକାରୀ ଅଧୀକ୍ଷକଙ୍କୁ ମଧ୍ୟ ସମାନ ଦାବିପତ୍ର ପ୍ରଦାନ କରିଛନ୍ତି । ଗୋଟିଏ ବାର୍ ଥିବାରୁ ସେହି ଅଞ୍ଚଳରେ ଆଉ ବାର୍ ଖୋଲିବା ପାଇଁ ଅନୁମତି ନ ଦେବାକୁ ଦାବି କରିଛନ୍ତି ।

   Related Posts