ରାତିରେ ଘରେ ରହିବାକୁ ଦମ୍ପତ୍ତିଙ୍କୁ ଯାଗା ଦେଲା ପରିବା ବାଲା, ରାତି ଅଧରେ ମହିଳାଙ୍କୁ ସ୍ବାମୀ ଆଗରେ କଲା ଦୁଷ୍କର୍ମ
30/12/2018 at 3:37 PM

ହାତରସ ୨୩୦/୧୨- ମଧ୍ୟପ୍ରଦେଶର ହାତରସ ଅଂଚଳରେ ଘଟିଛି ଏମିତି ଏକ ଘଟଣା । ସ୍ଵାମୀଙ୍କ ଆଗରେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଛି । ସ୍ଵାମୀ ଏହାର ବିରୋଧ କରିବାରୁ ସ୍ଵାମୀଙ୍କୁ ନିସ୍ତୁକ ମାଡ଼ମାରିଛି ଦୁଷ୍କର୍ମକାରୀ ।

୪୭ ବର୍ଷ ବୟସ୍କା ପିଡ଼ୀତା ମହିଳା ଓ ତାଙ୍କ ସ୍ଵାମୀ ସହପଉ ଥାନା ଅଂଚଳରେ ଥିବା ତାଙ୍କ ଝିଅର ଶଶ୍ଵରଘରକୁ ଯାଉଥିଲେ । ସାହାବାଦ ବିନୋବାନଗରରେ ପହଂଚିବାବେଳକୁ ସଂଧ୍ୟା ହୋଇଯାଇଥିଲା । ସେମାନେ ସେହି ବଜାରରେ ଦୋକାନଦେଇଥିବା ଅକସର ନାମକ ଜଣେ ପରିବା ଦୋକାନୀକୁ ଠିକଣା ପଚାରିଥିଲେ । ତାଙ୍କ ଝିଅର ଶଶ୍ଵରଘର ବିନୋବାନଗର ଠାରୁ ବହୁତବାଟ ବୋଲି ପରିବା ଦୋକାନୀ ଅକସର ସେମାନଙ୍କୁ କହିଥିଲା । ସେ ଚାହିଁଲେ ତା ଘରେ ଆଶ୍ରୟ ନେଇପାରିବେ ଓ ସକାଳୁ ଉଠିଯାଇପାରିବେ ବୋଲି ପରିବା ଦୋକାନୀ କହିଥିଲା । ଝିଅଘରକୁ ଯାଉଥିବା ଦମ୍ପତି ଅକସର କଥାରେ ରାଜି ହୋଇଯାଇଥିଲେ । ଅକସର ସେମାନଙ୍କୁ ନେଇ ତାଙ୍କ ଘରେ ରାତିରେ ରଖିଥିଲା ।
ରାତି ଦୁଇଟାବେଳେ ସ୍ଵାମୀଙ୍କୁ ଧମକାଇ ୪୭ ବର୍ଷ ବୟସ୍କ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ପରିବା ଦୋକାନୀ ଅକସର । ସ୍ବାମୀ ବିରୋଧ କରିବାରୁ ଅକସର ସ୍ଵାମୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଦମ୍ପତି ।
ସୂଚନାଯୋଗ୍ୟ ଯେ, ଅକସର ତା ପରିବାର ସହ ରହୁଥିଲା ଓ ସେ ପାଂଚଟି ପିଲାର ବାପା । ପୋଲିସ ଅକସର ବିରୋଧରେ ମାମଲା ରୁଜୁକରି ଗିରଫ କରିଛି ।