Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||

ନିଖୋଜର ୧୫ଦିନ ପରେ ଜଙ୍ଗଲରୁ ମୃତଦେହ ଠାବ, ଗୁଣିଆ ସନ୍ଦେହରେ ମହିଳାଙ୍କୁ ହତ୍ୟା !

23/11/2020 at 2:19 PM

ସାନଖେମୁଣ୍ଡି ୨୩।୧୧ : ୧୫ ଦିନ ପରେ ନିଖୋଜ ମହିଳାଙ୍କ ମୃତଦେହ ଠାବ । ଗାଁ ନିକଟରେ ଥିବା ଏକ ଜଙ୍ଗଲରେ ପୋତାହୋଇଥିବା ଅବସ୍ଥାରେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଛଣବଗଡ ଗାଁର ସାଇବାଣୀ ମଲ୍ଲିକ ବୋଲି ଜଣାପଡିଛି । ତାଙ୍କୁ ଗୁଣିଆ ସନ୍ଦେହରେ ହତ୍ୟା କରାଯାଇଛି । ସେପଟେ ଘଟଣାରେ ଜଣଙ୍କୁ ଅଟକ ରଖି ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ

ଖବର ଅନୁଯାୟୀ, ଗତ ୧୦ ତାରିଖରେ ନୂଆବନ୍ଧପଲ୍ଲୀ ଗାଁର ସାଇବାଣୀଙ୍କ ଝିଆରୀ ପିଉସୀଙ୍କ ଘରକୁ ବୁଲିବାକୁ ଆସିଥିଲେ । କିନ୍ତୁ ଘର ଖୋଲା ଥିଲା , ଏବଂ ପିଉସୀଙ୍କଙ୍କ କୌଣସି ପତ୍ତା ମିଳିନଥିଲା । ସାହି ପଡିଶା ପଚାରିବାରୁ , ସେମାନେ କିଛି ଜାଣିନଥିବା କହିଥିଲେ । ଶେଷରେ ଥାନାରେ ଏତଲା ଦିଆଯାଇଥିଲା । ଦିଗପହଣ୍ଡି ଥାନା ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାର ତଦନ୍ତ କରୁଥିବା ସମୟରେ ଦିଗପହଣ୍ଡି ଥାନା ଅଧିକାରୀ ଗାଁର କିଛି ଯୁବକଙ୍କୁ ସନ୍ଦେହଘେରରେ ଉଠାଇ ଆଣି ପଚରାଉଚାର କରିବାରୁ ରହସ୍ୟଜନକ ଘଟଣାକୁ ଉପରୁ ପରଦା ହଟିଥିଲା । ଘଟଣା ପଛରେ ଛପି ରହିଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଥିଲା ।

ମୃତ ସାଇବାଣୀ ଜନ୍ମରୁ ଭିନ୍ନକ୍ଷମ ଥିବାରୁ ବିବାହ କରିନଥିଲେ। ପିଲାଦିନରୁ ଠାକୁର ପୂଜାକୁ ଭଲ ପାଉଥିଲେ । ନିଜକୁ ଦେବୀ ସାଧକ ବୋଲି କହୁଥିଲେ । ଝଡା-ଫୁଙ୍କା ମଧ୍ୟ କରୁଥିଲେ । ଗତ କିଛି ବର୍ଷ ହେଲା ଗାଁରେ ବହୁ ସଂଖ୍ୟାକ ଶିଶୁ ଓ କିଛି ମହିଳାଙ୍କ ବିଭିନ୍ନ ଦୂରାରୋଗରେ ସଂକ୍ରମିତ ହୋଇ ମୃତ୍ୟୁ ହେଉଥିଲା । ଗୁଣି ଗାରେଡି ଲାଗି ଏପରି ହେଉଥିବା ଗାଁରେ ପ୍ରଚାର ହୋଇଥିଲା । ଏପରି ଅନ୍ଧବିଶ୍ୱାସରେ ବିଶ୍ୱାସ କରି ଗାଁର କିଛି ଲୋକେ ସଭା ଡକାଇବା ସହ ଗୁଣିଆ ଚିହ୍ନଟ ପାଇଁ ଆଉ ଏକ ଗାଁରୁ ଜଣେ ତାନ୍ତ୍ରିକଙ୍କ ସହାୟତା ନେଇଥିଲେ । ଗାଁରେ ଜଣେ ମହିଳା ତନ୍ତ୍ର ବିଦ୍ୟା କରୁଥିବା ତାନ୍ତ୍ରିକ ଜଣଙ୍କ କହିଥିଲେ ।

ଏହାପରେ ସାଇବାଣୀଙ୍କୁ ସମସ୍ତେ ସନ୍ଦେହ କରିଥିଲେ ।  ଏହାପରେ ତାଙ୍କୁ ଯୋଜନା କରାଯାଇ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସ୍ଥାନୀୟ ପ୍ରଶାସନ ଓ ପୋଲିସ ଉପସ୍ଥିତିରେ ମୃତଦେହକୁ ଜଙ୍ଗଲରୁ ଉଦ୍ଧାର କରାଯାଇ ବ୍ୟବେଚ୍ଛଦ ନିମନ୍ତେ ପଠାଯାଇଥିଲା । ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ସଂପର୍କୀୟଙ୍କ ଆଉ ଏକ ଏତଲାକୁ ଭିତିକରି ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ହତ୍ୟାକାଣ୍ଡର ମୁଖ୍ୟ   ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଆଇଆଇସି ସୂଚନା ଦେଇଛନ୍ତି ।                

   Related Posts