ବାପାଙ୍କ ପାଦ ଛୁଇଁବା ପାଇଁ ତଳକୁ ନଇଁ ପଡ଼ିଥିଲା ଗର୍ଭବତୀ ଝିଅ : ରାକ୍ଷସ ବାପା ଭୁଷିଦେଲା ଛୁରୀ,ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | July 17, 2019 IST

ମୁମ୍ବାଇ ୧୭/୭: ମୁମ୍ବାଇରେ ଅନର କିଲିଂର ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ୨୦ବର୍ଷ ବୟସ୍କା ଗର୍ଭବତୀ ଯୁବତୀଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି। ଏହି ହତ୍ୟା ଆଉ କେହି ନୁହେଁ ବରଂ ଯୁବତୀଙ୍କ ବାପା କରିଛି। ଯୁବତୀ ଜଣକ ବାପାଙ୍କ ଗୋଡ଼ ଛୁଇଁବା ପାଇଁ ନଇଁଥିବାବେଳେ ବାପା ତାଙ୍କ ଗଳା ଛୁରୀରେ କାଟି ଦେଇଥିଲା। ପୋଲିସ୍ ଅଭିଯୁକ୍ତ ବାପାକୁ ଗିରଫ କରିଛି।

ଏହି ଘଟଣାଟି ଘଟିଛି ମୁମ୍ବାଇର ଘାଟକୋପର ଅଞ୍ଚଳରେ। ପୋଲିସ୍ ଗତ ରବିବାର ସକାଳେ ଯୁବତୀଙ୍କ ରକ୍ତାକ୍ତ ଶବ ଜବତ କରିଥିଲେ। ପୋଲିସ୍ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ଏବଂ ତଦନ୍ତ ଆରମ୍ଭ କରିଥିଲା।

ମୃତା ଯୁବତୀଙ୍କ ନାଁ ମିନାକ୍ଷୀ ଚୈାରାସିଆ। ସେ ତାଙ୍କ ବାପାଙ୍କ ଇଚ୍ଛା ବିରୁଦ୍ଧରେ ଗତ ଫେବୃୟାରୀ ମାସରେ ତାଙ୍କ ପ୍ରେମିକ ବୃଜେଶ ଚୈାରାସିଆଙ୍କୁ ବିବାହ କରିଥିଲେ। ସେଦିନଠୁ ତାଙ୍କ ବାପା ରାଜକୁମାର ଚୈାରାସିଆ ଅସନ୍ତୁଷ୍ଟ ଥିଲେ। ତାଙ୍କ ବାପା ମିନାକ୍ଷୀଙ୍କ ଅଲଗା ଅଲଗା ଜାଗାରେ ୨ଥର ବିବାହ ସ୍ଥିର କରିଥିଲେ।

କିନ୍ତୁ ମିନାକ୍ଷୀ ଏହି ଦୁଇଟି ପ୍ରସ୍ତାବକୁ ମନା କରିଦେଇଥିଲେ। ଏହାପରେ ବୃଜେଶଙ୍କ ସହ ଘରୁ ପଳାଇଆସି ମଧ୍ୟପ୍ରଦେଶର ସତନା ଚାଲିଯାଇଥିଲେ। ପୋଲିସଙ୍କ କହିବାନୁସାରେ ବିବାହ ପରେ ବାପା ସହ ମିନାକ୍ଷୀଙ୍କ ସାକ୍ଷାତ ହୋଇଥିଲା। ସେତେବେଳେ ତାଙ୍କ ବାପା ତାଙ୍କୁ କହିଥିଲେ ଯେ କେବେ ଗାଁକୁ ଫେରିବୁ ନାହିଁ ନଚେତ୍ ତୋତେ ଅପମାନ ଦିଆଯିବ।

ଶନିବାର ସନ୍ଧ୍ୟାରେ ଅଭିଯୁକ୍ତ ରାଜକୁମାର ମିନାକ୍ଷୀଙ୍କୁ ଲୁଗା ପାଇଁ ଟଙ୍କା ଦେବା ବାହାନାରେ ଡାକିଥିଲେ। ଯେତେବେଳେ ମିନାକ୍ଷୀ ବାପାଙ୍କ ପାଦ ଛୁଇଁବାକୁ ତଳକୁ ନଇଁଥିଲେ ସେ ଛୁରୀରେ ତାଙ୍କ ଗଳାକୁ କାଟି ଦେଇଥିଲେ।

ଏହାପରେ ରାଜକୁମାର ସେଠାରୁ ଫେରାର ହୋଇଯାଇଥିଲା। ପରେ ପୋଲିସ କିଛି ଲୋକଙ୍କୁ ପଚରାଉଚୁରା କରିଥିଲା ଏବଂ ମୋବାଇଲ୍ ଲୋକେସନ ଆଧାର​‌ରେ ଅଭିଯୁକ୍ତ ରାଜକୁମାରକୁ ଗିରଫ କରିଥିଲା।

{"id":134513}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.