Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ସ୍କୁଲ ପଛପଟୁ ମହିଳାଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

16/04/2020 at 8:58 AM

ସାଲେପୁର ୧୬।୦୪ : ସ୍କୁଲ ପଛପଟୁ  ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମାନସିକ ବିକୃତି ମହିଳା ଜଣକ ହେଲେ ସେହି ଗ୍ରାମର ଶ୍ରୀଧର ସ୍ୱାଇଁଙ୍କ ସ୍ତ୍ରୀ କାମିନୀ ସ୍ୱାଇଁ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳ ଧର୍ମାଗତପୁର ଗାଁରେ । ମହିଳା ଜଣଙ୍କ ମାନସିକ ବିକୃତି ଥିବା ସୂଚନା ମିଳିଛି ।

ସେ ଦୀର୍ଘ ଦିନ ହେବ ଘରେ ନ ରହି ବଜାର ହାଟ ରେ ବୁଲାବୁଲି କରୁଥିଲେ। କାମିନୀ ଙ୍କ ମୃତ୍ୟୁକୁ ନେଇ  ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ସୃଷ୍ଟି ହୋଇଛି। କାମିନୀ ସ୍କୁଲ ପଛପଟ ଏକ ପରିତ୍ୟକ୍ତ ସ୍ଥାନକୁ ଗଲେ ତାହା  ନେଇ ସନ୍ଦେହ ସୃଷ୍ଟି କରୁଛି। ମାନସିକ ବିକୃତ ମହିଳାକୁ କେହି ଦୃର୍ବୃତ୍ତ ମାରି ଏହି ପରିତ୍ୟକ୍ତ ସ୍ଥାନରେ ପକାଇଦେଇଥିବା ସନ୍ଦେହ କରାଯାଉଛି । ତେବେ ଏଭଳି ମୃତ୍ୟୁ ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। କାମିନୀଙ୍କ ଗଳିତ ଶବରେ ପୋକ ହୋଇଥିବା ଦେଖିବାକୁ ମିଳିଛି।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଲେପୁର ପୋଲିସ ଘଟଣା ଛାନ୍‌ଭିନ୍‌ କରି ଘଟଣାର ସତ୍ୟାସତ୍ୟ ସାମ୍ନା ଆଣିବା ବୋଲି ସ୍ଥାନୀୟଲୋକ ଆଶା ପ୍ରକଟ କରିଛନ୍ତି ।

   Related Posts