ଶୌଚ ହେବାକୁ ଯାଇ ଡ୍ରେନ୍‌ରେ ପଡିଗଲେ ମହିଳା, ଅଧଘଣ୍ଟା ପରେ ମୃତଦେହ ଉଦ୍ଧାର

Published By : Prameya-News7 Bureau | March 08, 2020 IST

ଆଠଗଡ ୦୮।୦୩ : ଡ୍ରେନ୍‌ରେ ପଡି ମହିଳା ମୃତ। ଆଠଗଡ ଅନ୍ତର୍ଗତ ମୁଲମାନ ବସ୍ତି ମସ୍‌ଜିଦ ପଛପଟେ ଥିବା ଡ୍ରେନ୍‌ରେ ପଡି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଛାୟା ନାଏକ । ଏବଂ ତାଙ୍କ ଘର ବଡମ୍ବା ଥାନା ଦିନିଆରୀ ଗାଁର ହରିଜନ ସାହିରେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି ।

ସୂଚନାଯୋଗ୍ୟ ଯେ, ଆଠଗଡ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଯୋଗୁଁ ଡ୍ରେନ୍‌ ଗୁଡିକରେ ପାଣି ଫୁଲ୍‌ ହୋଇଯାଇଥିଲା । ବର୍ଷା ଛାଡିବା ପରେ ଛାୟା ନାଏକ ଶୌଚ ହେବା ପାଇଁ ବଡପୋଖରୀକୁ ଯାଇଥିଲେ । ମହିଳା ଜଣଙ୍କ ଫେରିବା ସମୟରେ ପୁଣି ବର୍ଷା ହୋଇଥିଲା । ଯାହାଫଳରେ ସେ ଫେରିବା ବେଳେ ନୂଆକରି ନିର୍ମାଣ ହୋଇଥିବା ଡ୍ରେନ୍‌ରେ ପଡିଯାଇଥିଲେ । ଡ୍ରେନ୍‌ରେ ପାଣି ଥିବା ଯୋଗୁଁ ଅଧଘଣ୍ଟା ଧରି ପଡିରେ ପଡିରହିଥିଲେ ମହିଳା । ବର୍ଷା ଲାଗିରହିଥିବାରୁ କୌଣସି ବ୍ୟକ୍ତି ସେହି ରାସ୍ତାରେ ଯିବା ଆସିବା କରିନଥିଲେ । ଯାହାଫଳରେ ମହିଳାଜଣଙ୍କ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.