ଟ୍ରେନ୍ ଲାଇନ୍‌ରେ କଟି ମହିଳାଙ୍କ ମୃତ୍ୟୁ, ପାରିବାରିକ କଳହକୁ ନେଇ ଆତ୍ମହତ୍ୟା !

Published By : Prameya-News7 Bureau | March 09, 2020 IST

କେନ୍ଦୁଝର ୦୯।୦୩: ରେଳ ଧାରଣାରେ କଟି ମହିଳା ମୃତ । କେନ୍ଦୁଝର ଟାଉନ ଥାନାର ଗମ୍ପାରିଆ ଗାଁ ନିକଟ ଦେଇ ଯାଇଥିବା ରେଳ ଧାରଣାରେ  କଟି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ବୋଦାପଳସା ଗାଁର ଗୌରୀ ପଣ୍ଡା ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସୋମବାର ଦିନ ସକାଳ ସମୟରେ  ଗୌରୀ ପଣ୍ଡା ଟ୍ରେନ ଲାଇନ ରେ କଟି ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଗାଁ ଲୋକଙ୍କ କହିବାନୁଯାୟୀ ଅନେକ ବର୍ଷ ହେବ ଗୌରୀଙ୍କର ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଛି। ଗୌରୀ ତାଙ୍କ ଝିଅଙ୍କୁ କିଛି ମାସ ତଳେ ବିବାହ କରି ଦେଇଛନ୍ତି । କିନ୍ତୁ ତାଙ୍କର ଏକ ପୁଅ କୁଆଡେ ସବୁ ସମୟରେ ମଦ୍ୟ ପାନ କରି ଆସି ମାକୁ ପଇସା ମାଗିବା ସହ ଘରେ ଝଗଡା କରିଥାଏ । ଶେଷରେ ପାରିବାରିକ କଳହକୁ ନେଇ ଗୌରୀ ଆତ୍ମହତ୍ୟା କରିଥିବା ଗାଁ ଲୋକେ ସନ୍ଦେହ କରୁଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.